September 21, 2023

Times One Odia

Odia News Portal

ରାସ୍ତା ପାଲଟିଛି ମରଣଯନ୍ତା

ନବରଙ୍ଗପୁର(ରବି ନାରାୟଣ ମହାନ୍ତି/ ଜି ବିନୋଦ କୁମାର): ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଘୋଡାଖୁଣ୍ଟା ପଞ୍ଚାୟତ ଅଧୀନ ମୁଣ୍ଡିଗୁଡା ଗ୍ରାମ ଛକ ଠାରୁ ଆମ୍ବଗାଁ ପର୍ଯ୍ୟନ୍ତ ରାସ୍ତା ପାଲଟିଛି ମରଣଯନ୍ତା। ସୂଚନାଯୋଗ୍ୟ ଉକ୍ତ ରାସ୍ତା ଟି ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ମୁଣ୍ଡିଗୁଡା ଛକ ଠାରୁ ଆମ୍ବଗାଁ ଛକ ପର୍ଯ୍ୟନ୍ତ ୩ କିମି ରାସ୍ତା ଖାଲ ଖମା ରେ ପରିପୂର୍ଣ୍ଣ ରହିଛି। ଯାହା ଦ୍ୱାରାକି ଯାତାୟାତରେ ଜନସାଧାରଣ ବହୁ ଦୁର୍ଦିନର ସମ୍ମୁଖୀନ ହେବା ସହ ପ୍ରତ୍ୟକ ଦିନ ଛୋଟ ବଡ ଦୁର୍ଘଟଣାର ଶିକାର ହେଉଛନ୍ତି। ଉକ୍ତ ରାସ୍ତା ଦେଇ ଉମରକୋଟରୁ କଟାଗାଁ ଦେଇ କୋଷାଗୁମୁଡା କୁ ଯାତ୍ରୀବାହୀ ବସ ବିପଦ ଶଙ୍କୁଳ ଭାବେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି। ଉକ୍ତ ରାସ୍ତାରେ ଯିବା ସମୟରେ କେତେବେଳେ କଣ ହେବ କିଏ କହି ପାରିବ। ଯାତ୍ରୀମାନଙ୍କ ଧନ ଜୀବନ ନଷ୍ଟ ହେବାର ସମ୍ଭାବନା ରହିଛି।

ବର୍ଷା ଦିନେ ଉକ୍ତ ରାସ୍ତାରେ ଗାଡିଯିବା ତ ଦୂରର କଥା ଲୋକେ ଚାଲି ଯିବା କଷ୍ଟକର ହୋଇପଡିଛି। ଛତିଶଗଡ ରାଜ୍ୟର ବ୍ୟବସାୟୀକ ପେଣ୍ଠସ୍ଥଳୀ ଜଗଦଲପୁର କୁ ବ୍ୟବସାୟୀ ମାନେ ଏହି ରାସ୍ତା ଦେଇ ଗଲେ ଅଳ୍ପ ଖର୍ଚ୍ଚରେ କମ ସମୟରେ ପହଞ୍ଚିପାରିବେ। ଏହି ରାସ୍ତାର ମରାମତି ଆଖପାଖ ଗ୍ରାମ ସହ ଯାତ୍ରୀ ଓ ବ୍ୟବସାୟୀ ମାନଙ୍କ ପାଇଁ ଜରୁରୀ ହୋଇପଡିଛି। ଏଣୁ ଜିଲାପାଳ ଓ ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗର ଉଚ୍ଚ କର୍ତ୍ତୁପକ୍ଷ ଦୃଷ୍ଟି ଦେଇ ସମସ୍ୟାର ଶୀଘ୍ର ସମାଧାନ କରାଯିବା ପାଇଁ ସ୍ଥାନୀୟ ମୁଣ୍ଡୀଗୁଡା, ଘୋଡାଖୁଣ୍ଟା, ଭାଲୁଡଙ୍ଗରୀ ଓ ଆମ୍ବଗାଁ ର ଗ୍ରାମବାସୀ ମାନେ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *