September 21, 2023

Times One Odia

Odia News Portal

ରାସ୍ତା ପାଇଁ ମହାଭାରତ

1 min read

ସାଲେପୁର(ଜ୍ୟୋସ୍ନା ରାଣୀ ସିଂହ): ନ୍ୟାୟାଳୟ ର ରହିତାଦେଶ କୁ ଅବମନନା କରି ଗୃହ ନିର୍ମାଣ ଓ ବାଡ଼ ପୋତି ଘର ରାସ୍ତା ଅବରୋଧ କଲେ ପଡୋଶୀ। କଟକ ଜିଲ୍ଲାମାହାଙ୍ଗା ଥାନା ଭଦ୍ରେଶ୍ୱର ଫାଣ୍ଡି ଅଧୀନ ଝଡ଼େଶ୍ୱରପୁର ଗ୍ରାମରେ ଜମିଜମା ବିବାଦକୁ ନେଇ ସାଲେପୁର ସିଭିଲି ସିନିଅର ଡିଭିଜନ ନୟାଳୟରେ ମାମଲା ହେବା ସହ ଉକ୍ତ ଜମି ଉପରେ ରହିତାଦେଶ ଜାରି ହୋଇଥିବା ବେଳେ ପ୍ରତିପକ୍ଷ ଏହାକୁ ନମାନି ବିବାଦୀୟ ଜମିଉପରେ ଗୃହ ନିର୍ମାଣ କରିବା ଓ ଘର ସମୁଖ ଜମି ରାସ୍ତା ଭାବେ ବ୍ୟବହାର ହେଉଥିବା ଜାଗାରେ ଜୋର ଜବରଦସ୍ତ ବାଡ଼ ବୁଝି ଅବରୋଧ କରିବା ନେଇ ଭଦ୍ରେଶ୍ୱରଫାଣ୍ଡି ଓ ମାହାଙ୍ଗା ଥାନାରେ ଅଭିଯୋଗ ହୋଇଛି, ସୂଚନାରୁ ଜଣାଯାଇଛି ଯେ, ଝାଡ଼େଶ୍ୱର ଗ୍ରାମର ଅବଦୁଲ ଗୁଫାର ଖାଁ ଜମିଜମା ବିବାଦ ଏବଂ ନିଜ ଗୃହକୁ ସ୍ଥାୟୀ ରାସ୍ତାକୁ ନେଇ ସାଲେପୁର ସିଭିଲ ବିଚାର ବିଭାଗୀୟ ନ୍ୟାୟାଳୟର ଦ୍ୱାରସ୍ତହୋଇଥିଲେ।ନ୍ୟାୟାଳୟ ପକ୍ଷରୁ ଉକ୍ତ ବିବାଦୀୟ ଜମିଉପରେ IA No 40/20 ଓ 64/20 ପତ୍ରରେ ରହିତାଦେଶ ଜାରି କରିବା ସହ ଉକ୍ତ ଜମିଉପରେ କୌଣସି ପରକାର ନିର୍ମାଣ କାର୍ଯ୍ୟ କରାଯାଇ ପାରିବ ନାହିଁ ବୋଲି ସ୍ପଷ୍ଟ ନିର୍ଦ୍ଦେଶ ଥିଲେ ମଧ୍ୟ ତାହାକୁ ଖାତିର୍ ନ କରି ଝଡ଼େଶ୍ୱରପୁର ଗ୍ରାମର ପ୍ଲଟ no 1415 ଉପରେ ଅକ୍ତର ଖାଁ ହଜାରେ ବର୍ଗ ଫୁଟ ରୁ ଉର୍ଦ୍ଧ ପରିମାଣରେ ଗୃହ ନିର୍ମାଣ କରୁଥିବା ନେଇ ଫାଣ୍ଡିରେ ଅଭିଯୋଗ ହୋଇଛି।ଅଭିଯୋଗ ପରେ ଫାଣ୍ଡି ଅଧିକାରୀ ତପନ ନାୟକ ଗୃହ ନିର୍ମାଣ ସ୍ଥଳରେ ପହଂଚି ନିର୍ମାଣ କାର୍ଯ୍ୟ ବନ୍ଦ କରିଥିଲେ, ଅପର ପକ୍ଷରେ ଅବଦୁଲ ଗଫର୍ ଖାନ୍ ଙ୍କ ବାସଗୃହ ସମ୍ମୁଖରେ ଥିବା ଅକ୍ତର ଖାନ୍ ଙ୍କ ଜାଗାକୁ ରାସ୍ତା ଭାବେ ବ୍ୟବହାର କରୁଥିଲେ।ଏହି ରାସ୍ତା ଉପରେ ରହିତା ଦେଶ ଜାରି ହୋଇଥିଲେ ବି ପ୍ରତିପକ୍ଷ ମାନେ ଆଜି ଜୋର ଜବରଦସ୍ତ ଉକ୍ତ ରାସ୍ତାକୁ ହାଣି ଖାଲ କରିବା ସହ ବାଡ଼ ବୁଝି ରାସ୍ତା ଅବରୋଧ କରିଛନ୍ତି, ଯାହାଫଳରେ ଏହି ଜମି ଘରୁ ମୂଖ୍ୟ ରାସ୍ତାକୁ ବାହାରିବା ପାଇଁ ଏକମାତ୍ର ରାସ୍ତା ହୋଇଥିବାରୁ ଅବରୋଧ ପରେ ଅବଦୁଲ ଙ୍କ ପରିବାରଲୋକ ଏକ ପ୍ରକାର ଗୃହ ବନ୍ଦୀ ହୋଇ ରହିଛନ୍ତି। ଏନେଇ ଅବଦୁଲ ଙ୍କ ପକ୍ଷରୁ ଭଦ୍ରେଶ୍ୱର ଫାଣ୍ଡି ପୋଲିସ ନିକଟରେ ଲିଖିତ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନାହିଁ। ଏ ସମ୍ପର୍କରେ ଫାଣ୍ଡି ଅଧିକାରୀ ଙ୍କୁ ଯୋଗାଯୋଗ କରିବାରୁ ମୋ ପାଖକୁ କୋର୍ଟ ନିର୍ଦେଶ ଆସିଲେ ମୁଁ ଘଟଣା ସମ୍ପର୍କରେ କୋର୍ଟକୁ ଲେଖି ଜଣାଇବେ ବୋଲି ଫାଣ୍ଡି ଅଧିକାରୀ କହିଥିଲେ। ଯଦି ତୁରନ୍ତ ଏହି ଜମିଜମା ବିବାଦ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନ ନିଏ ତେବେ ଆଗାମୀ ଦିନରେ ଏଠାରେ ଏକ ବଡ଼ ଧରଣର ଅଘଟଣ କୁ ଏଡ଼ାଇ ଦିଆଯାଇ ନପାରେ।

Leave a Reply

Your email address will not be published. Required fields are marked *