ରମେଶ୍ୱରୀଙ୍କୁ ଅଭିନନ୍ଦନ

ବ୍ରହ୍ମପୁର(ଦିନେଶ ପଟ୍ଟନାୟକ): ରାଜକୁମାରି ତିୱାରିଙ୍କ ଦ୍ଵାରା ମୁମ୍ବାଇ ଠାରେ ଆୟୋଜିତ ହୋଥିଲା ଏକ ଜାତୀୟ ସ୍ତରୀୟ ସୁନ୍ଦରୀ ପ୍ରତିଯୋଗିତା । ଏହି ଜାତୀୟ ସ୍ତରରେ ବ୍ରହ୍ମପୁରର ମହିଳା ରାମେଶ୍ଵରୀ ନନ୍ଦ ମୁମ୍ବାଇ ଗ୍ଲୋବାଲ୍ ଇଣ୍ଡିଆ – ୨୦୨୦ ସୁନ୍ଦରୀ ପ୍ରତିଯୋଗୀତାରେ ଭାଗ ନେଇ ଶ୍ରେଷ୍ଠ ପୁରସ୍କାର ସହ ବ୍ରାଣ୍ଡ ଅମ୍ବାସଡର୍ ମୁକୁଟ ସହ ଟ୍ରାଫିକୁ ହାତେଇଥିଲେ । ଗୁରୁବାରେ ମିସ୍.ରାମେଶ୍ଵରୀ ନନ୍ଦ ବ୍ରହ୍ମପୁର ପହଁଚିବା ଖବର ପାଇ ସ୍ୱାମୀ ଅର୍ଧେନ୍ଦୁ ଶେଖର ପାଣିଗ୍ରାହୀ ଅନନ୍ତ ନଗର ଷଷ୍ଟ ଲାଇନ୍ ରେ ଥିବା ନିଜ ବାସଭବନରେ ଠାରେ ସପ୍ ପ୍ରାଇଜ୍ ଦେଇ ପରିବାରବର୍ଗ ଙ୍କ ସହ କେକ୍ କାଟି ଅଭିନନ୍ଦନ ଜଣାଇଥିଲେ ।
ସୂଚନାରୁ ପ୍ରକାଶ ଥାଉ କି ମୁମ୍ବାଇ ଗ୍ଲୋବାଲ୍ ଇଣ୍ଡିଆ – ୨୦୨୦ ସୁନ୍ଦରୀ ପ୍ରତିଯୋଗୀତାରେ ଚଳିତ ସିଜନରେ ଦେଶ ରୁ ବିଭିନ୍ନ ପ୍ରାନ୍ତ ରୁ ୩୦ ରୁ ଅଧିକ ସୁନ୍ଦରୀ ଭିନ୍ନ ଭିନ୍ନ ବିଭାଗରେ ଚୟନ ରେ ସ୍ୱୀକୃତି ପାଇଥିବା ବେଳେ ଗତ ୧୩ ତାରିଖ ରେ ରାମେଶ୍ୱରୀ ଫାଇନାଲିଷ୍ଟ୍ ଭାବେ ଓଡିଶା ରୁ ମୁମ୍ବାଇ ଗସ୍ତ କରି ପହଞ୍ଚିଥିଲେ ହୋଟେଲ୍ ତାଜରେ । ସେଠାରେ ଆୟୋଜିତ ଏହି ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଓଡ଼ିଶାକୁ ସେ ପ୍ରତିନିଧିତ୍ଵ କରିଥିଲେ। ସମସ୍ତ ବିଭାଗରେ ନିଜର ପାରଦର୍ଶିତା ପ୍ରଦର୍ଶନ କରି ଏବଂ ୧୧ଜଣ ପ୍ରତିଯୋଗିତା କୁ ପଛରେ ପକାଇ ଶ୍ରେଷ୍ଠ ପୁରସ୍କାର ସହ ବ୍ରାଣ୍ଡ ଅମ୍ବାସଡର୍ ମୁକୁଟ ଏବଂ ଟ୍ରାଫିକୁ ହାତେଇଥିଲେ ।
ସୁନ୍ଦର ଚେହେରା ସାଙ୍ଗକୁ ବେଶଭୂଷା ଓ ନିଜର ବୁଦ୍ଧିମତିର ନିଆରା ଶୈଳୀ ଦୃଷ୍ଟିରୁ ସେ ବେଶ ପ୍ରଶଂସାର ପାତ୍ର ହେବା ସହ ଏଭଳି ଏକ ଜାତୀୟ ସ୍ତରୀୟ ପ୍ରତିଯୋଗୀତାର ଶ୍ରେଷ୍ଠ ପୁରସ୍କାର ମୁକୁଟ ସେ ଆପଣାଇଥିଲେ । ଏହି ପ୍ରତିଯୋଗୀତାରେ ଥିବା ଜଜ୍ମାନେ ରାମେଶ୍ଵରୀଙ୍କ ନିଆରା ଷ୍ଟାଇଲ୍ ପାଇଁ ପ୍ରଶଂସା କରିଥିବା ଜଣାପଡ଼ିଛି । ରାମେଶ୍ୱରୀଙ୍କର ଏହି ସଫଳତା ପାଇଁ ରାମେଶ୍ୱରୀ ଶ୍ରୀ ଜଗନାଥଙ୍କର ଆଶୀର୍ବାଦ ସହିତ ସ୍ୱାମୀ ଓ କାଳାଞ୍ଜଳୀ ପରିବାର ସହଯୋଗ ସମେତ ବନ୍ଧୁପରିଜନଙ୍କୁ ସମସ୍ତ ଶ୍ରେୟ ଦେଇଛନ୍ତି ଏବଂ ସମସ୍ତଙ୍କ ଭଲ ପାଇବା ଯୋଗୁଁ ଆଜି ସେ ଏଠାରେ ପହଞ୍ଚି ପାରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।
ଆଜିର ଏହି ସପ୍ ପ୍ରାଇଜ୍ ଅବସରରେ ଶ୍ରୀ ନନ୍ଦ ଙ୍କ ଶଶୁର ଵୈଳଦୁ ପାଣିଗ୍ରାହୀ ଶାଶୁ ବିଷ୍ଣୁପ୍ରିୟା ପାଣିଗ୍ରାହୀ , ଅଭୀଷିକତା,ନିଖିଲ, ବୀମା ,ଲୋକନାଥ,ରୂପକ ,ବାପି ,ଜିନ୍ତୁ ଏବଂ ସ୍ୱମ୍ବାଦିକ ସୁଦୀପ କୁମାର ସାହୁ ,ସନ୍ୟାସୀ ମହାରଣା ,କାଂହୁ ସମେତ ତାଙ୍କର ସମସ୍ତ ଶୁଭେଚ୍ଛୁ ଏବଂ ପ୍ରସଂଶଙ୍କ ମାନଙ୍କ ଏଭଳି ବିଶ୍ୱାସ ଓ ଭଲପାଇବା ପାଇଁ ସେ ଧନ୍ୟବାଦ ଜଣାଇଛନ୍ତି ।