ଚିକିତ୍ସାରେ ବାଧକ ଥିବା ରାଜୁର ସଫଳ ଚିକିତ୍ସା

ଝରିଗାଁ(ଜ୍ୟୋତି ପ୍ରକାଶ ଦାସ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଏକମ୍ବା ପଂଚାୟତ ଧନପୁର ଗ୍ରାମର ହଳଧର ହରିଜନଙ୍କ ୭ ବର୍ଷର ଶିଶୁପୁତ୍ର ରାଜୁ ହରିଜନ ଆଜକୁ ୬ମାସ ପୂର୍ବେ ମୁଣ୍ଡ ବ୍ୟଥା ହେବାର ଘରେ ମା ମଇନା ହରିଜନକୁ ଜଣାଇ ଆସୁଥାଏ। ତେବେ ଧୀରେ ଧୀରେ ମୁଣ୍ଡ ରେ ଯନ୍ତ୍ରଣା ବଢିବା ସାଥେ ସାଥେ ବାମ ଆଖି ଫୁଲିବା ଆରମ୍ଭ କରିଥାଏ। ଶିଶୁପୁତ୍ରର ଯନ୍ତ୍ରଣା ଅସହ୍ୟ ହୋଇ ପଡ଼ିଥିବା ବେଳେ କୁଲି ମଜୁରୀ କରି ପରିବାର ପ୍ରତିପୋଷଣ କରୁଥିବା ଏହି ୫ ପ୍ରାଣୀ ବିଶିଷ୍ଟ କୁଟୁମ୍ବ ପାଇଁ ରାଜୁ ର ଉନ୍ନତ ଚିକିତ୍ସା ଅସମ୍ଭବ ହୋଇପଡ଼ିଥିଲା।
ଶେଷରେ ସ୍ଥାନୀୟ ଚିକିତ୍ସାଳୟରେ ବି ଚିକିତ୍ସାକ ଭୁବନେଶ୍ୱର କିମ୍ବା କଟକ ନେବା ପାଇଁ ପରାମର୍ଶ ଦେଇଥିଲେ କାରଣ ରାଜୁର ମୁଣ୍ଡରେ ଏକ ବଡ ଟ୍ୟୁମର ହୋଇଥିବା ସେ ଜାଣିବାକୁ ପାଇଥିଲେ। ତେବେ ଗରିବ ପରିବାର ଭାଗ୍ୟ କୁ ଆଦରି ରାଜୁକୁ ଘରେ ହିଁ ଜଡିବୁଟି ଔଷଧ କରିବା ପାଇଁ ବାଧ୍ୟ ହୋଇଥିଲେ ତେବେ ରାଜୁର କରୁଣ ଅବସ୍ଥା ଦେଖି ସ୍ଥାନୀୟ ଏକମ୍ବା ସରପଞ୍ଚ ଶ୍ରୀପତି ଭତରା ରାଜୁକୁ ସାଥିରେ ନେଇ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କୁ ଉମରକୋଟ ସ୍ଥିତ ବାସଭବନ କୁ ନେଇ ଶିଶୁ ଟିର ଦୁଃଖ କଥା ଶ୍ରୀ ମାଝୀଙ୍କୁ ଜଣାଇ ଥିଲେ ସାଂସଦ ଶ୍ରୀ ମାଝୀ ରାଜୁ ସହ କିଛି ସମୟ ବାର୍ତ୍ତାଲାପ ପରେ ତା ଯନ୍ତ୍ରଣା ଅନୁଭବ କରି ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ ଙ୍କୁ ଶିଶୁଟିର ଉନ୍ନତି ଚିକିତ୍ସା ପାଇଁ ଦାଇତ୍ୱ ଦେବା ସହ ଭୁବନେଶ୍ୱର ଯିବା ପାଇଁ ସମସ୍ତେ ବ୍ୟବସ୍ଥା କରିଥିଲେ। ରାଜୁ ବିଧାୟକ ପ୍ରକାଶ ମାଝୀ ଙ୍କ ଭୁବନେଶ୍ୱର ସ୍ଥିତ ବାସଭବନ ରେ ରହିବା ପରେ ବିଧାୟକ ପ୍ରଥମେ ତାକୁ କିଂମ୍ସ ରେ ଭର୍ତି କରାଇଥିଲେ ଚିକିତ୍ସକ ରାଜୁର ଟ୍ୟୁମର ଟି କ୍ୟାନ୍ସର ରେ ପରିଣତ ହୋଇଥିବାର ଜଣେଇ ଥିଲେ ତେବେ ଚିକିତ୍ସା ଜାରି ରହି ଥିବା ବେଳେ ରାଜୁ ଦୁର୍ଭାଗ୍ୟ ବଶତଃ କୋଭିଡ ପଜିଟିଭ ଥିବାର ଜଣାପଡିଥିଲା ପରେ ରାଜୁକୁ ସୋମ କୋଭିଡ ହସ୍ପିଟାଲ ରେ ଭର୍ତି କରି କୋଭିଡ ଚିକିତ୍ସା ଜାରିରଖାଗଲା। ସେ ସୁସ୍ଥ ହେବାରୁ ଶିଶୁ ଙ୍କ ପାଇଁ ଉଦିଷ୍ଟ କ୍ୟାନ୍ସର ୟୁନିଟ ରେ ରାଜୁକୁ ଭର୍ତି କରି ତାର କେମ ଥେରାପି ଜାରି ରହିଥିବା ବେଳେ ଦୀର୍ଘ ୩ମାସ ହେବ ବିଧାୟକ ରାଜୁ ସହିତ ଜଡିତ ରହି ସ୍ୱାସ୍ଥ୍ୟ ପରୀକ୍ଷା କରାଉଥିବା ବେଳେ ସେ ଏବେ ପୂର୍ବ ତୁଳନା ରେ ଅଧିକ ମାତ୍ରା ରେ ସୁସ୍ଥ ହୋଇ ଥିବା ଓ ଆଉ ଏକ ମାସ ମଧ୍ୟରେ ରାଜୁ ସମ୍ପୂର୍ଣ ସୁସ୍ଥ ହୋଇ ଗାଁକୁ ଫେରିବ ବୋଲି ପରିବାର ସଦସ୍ୟ ଙ୍କୁ ବିଧାୟକ ଶ୍ରୀ ମାଝୀ ଜଣେଇ ଅଛନ୍ତି।
ଗରିବ ଅସହାୟ ପରିବାର କୁ ସାଂସଦ ଓ ବିଧାୟକ ଙ୍କ ସାହାଯ୍ୟ ନେଇ ପରିବାର ଓ ଗ୍ରାମ ବାସୀ ଙ୍କ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଥିବାବେଳେ ଝରିଗାଁ ବିଧାୟକ ଶ୍ରୀ ମାଝୀ ରାଜୁ ର ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାରଙ୍କ ବିଜୁ କୃଷକ କଲ୍ୟାଣ କାର୍ଡ ରେ ହୋଇଥିବା ବେଳେ ସରକାରଙ୍କ ତରଫରୁ ଏହିଭଳି ଗରିବ ଅସହାୟ ଙ୍କ ପାଇଁ ୧୦ଲକ୍ଷ୍ୟ ପର୍ଯ୍ୟନ୍ତ ଅର୍ଥ ରାଶି ର ବ୍ୟବସ୍ଥା ରହିଅଛି ଆଗକୁ ଯଦି କେହି ଅସହାୟ ଆର୍ଥିକ ଅଭାବ ପାଇଁ ଚିକିତ୍ସାରୁ ବଞ୍ଚିତ ଥିବାର ଦେଖିବାକୁ ମିଳନ୍ତି ତା ହେଲେ ତୁରନ୍ତ ଜଣାଇବା ପାଇଁ ସେ ଆମ୍ଭ ମାଧ୍ୟମରେ ଜଣେଇ ଅଛନ୍ତି। ଝରିଗାଁ ବିଧାୟକ ଙ୍କ ବଦାନ୍ୟତା ପାଇଁ ସାଧାରଣ ରେ ଉଚ୍ଚ ପ୍ରଶଂସିତ ହୋଇ ଥିବାବେଳେ ତାଙ୍କ ନିକଟରେ ଏଭଳି ଅନେକ ଅସହାୟ ସହାୟତା ପାଇ ସୁସ୍ଥ ହୋଇ ଫେରିଥିବାର ଜଣାଯାଇଛି।