September 28, 2023

Times One Odia

Odia News Portal

ଲଘୁଚାପ ପ୍ରଭାବରେ ବର୍ଷିବ

ଭୁବନେଶ୍ଵର: ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେବ। ଏହା ଆହୁରି ଘନୀଭୂତ ହେବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ଫଳରେ ୨୫ତାରିଖରେ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ। ଲଘୁଚାପ ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଥିବା ଘୁର୍ଣ୍ଣିବଳୟ ରବିବାରଠୁ ଘଡ଼ଘଡ଼ି ସାଙ୍ଗକୁ ବର୍ଷା କରାଇବ। ଏଥିସହ ଘନକୁହୁଡ଼ି କରାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ସୂଚନା ମୁତାବକ, ଭାରତ ମହାସାଗର ତଥା ଏହାର ସଂଲଗ୍ନ ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗରରେ ଶନିବାର ସକାଳେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି। ଏହା ଅବପାତର ରୂପ ନେବା ସହ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ଆସନ୍ତା ୨୫ ତାରିଖରେ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ। ଏଥିସହ ଆଭ୍ୟନ୍ତରୀଣ ଓଡ଼ିଶାରେ ଏକ ଘୁର୍ଣ୍ଣିବଳୟ ରହୁଥିବାରୁ ଆସନ୍ତା ୨ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ହେବ।

ରବିବାର କଟକ, କନ୍ଧମାଳ, କଳାହାଣ୍ଡି, ରାୟଗଡା, କୋରାପୁଟ, ଗଞ୍ଜାମ, ନବରଙ୍ଗପୁର ଓ ଯାଜପୁରରେ ଘଡଘଡି ସହ ବର୍ଷା ହେବା ନେଇ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ୨୩ ତାରିଖରେ ମଧ୍ୟ ୧୧ ଜିଲ୍ଲା ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ରହିଛି। ପାଣିପାଗ ବିଶେଷଜ୍ଞଙ୍କ ସୂଚନା ଅନୁଯାୟୀ, ନଭେମ୍ବର ମାସରେ ଅଧିକ ଶୀତ ଅନୁଭୂତ ହେବନାହିଁ। ଲଘୁଚାପ ପ୍ରଭାବରେ ରାତିର ତାପମାତ୍ରା ବିଶେଷ ହ୍ରାସ ପାଇବନାହିଁ। ୨୫ ତାରିଖରୁ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବା ସହ ପାଗ କୋହଲା ରହିବ। ଫଳରେ ଦିନର ତାପମାତ୍ରା କମିବ। ସେପଟେ ଅମଳ ହୋଇଥିବା ଧାନକୁ ବର୍ଷାରୁ ବଞ୍ଚାଇବା ଓ ସାଇତି ରଖିବା ସହ ପନିପରିବା ନ ଲଗାଇବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *