September 26, 2023

Times One Odia

Odia News Portal

ବିଗ୍‌ବସ୍‌ ୧୪ରେ ନଜର ଆସିବେ ରାଧେ ମା

ମୁମ୍ବାଇ: ଅକ୍ଟୋବର ୩ରୁ ଲୋକପ୍ରିୟ ରିୟଲିଟି ସୋ’ ବିଗ୍‌ବସ୍‌ ୧୪ ଆରମ୍ଭ ହେବାକୁ ଯାଉଛି। ଚଳିତ ସିଜନ୍‌ରେ ସବୁଠାରୁ ଚର୍ଚ୍ଚିତ ଚେହେରା ଭାବେ ରାଧେ ମା’ଙ୍କୁ ଦେଖିବାକୁ ମିଳିବ ବୋଲି ଜଣାପଡିଛି। ଆତ୍ମଘୋଷିତ ଧର୍ମଗୁରୁ ରାଧେ ମା’ ଚଳିତ ସିଜନ୍‌ର ସବୁଠାରୁ ଅଧିକ ପାରିଶ୍ରମିକ ନେଉଥିବା ପ୍ରତିଯୋଗୀ। ତେବେ ସେ ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଏକ ସପ୍ତାହକୁ ୭୫ ଲକ୍ଷ ଟଙ୍କା ନେବେ ବୋଲି ଜଣାପଡିଛି। ପରେ ଯଦି ସେ ସୋ’ରେ ବିଜୟୀ ହୁଅନ୍ତି ସେଥିପାଇଁ ତାଙ୍କୁ ଅତିରିକ୍ତ ଅର୍ଥ ମଧ୍ୟ ମିଳିବ। ୨୦୧୫ରେ ମଧ୍ୟ ରାଧେ ମା’ ବିଗ୍‌ବସ୍‌ରେ ସାମିଲ ହେଉଛନ୍ତି ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ଏହି ମିଛ ଖବର ପ୍ରଚାର କରିବା ପାଇଁ ରାଧେ ମା’ଙ୍କୁ ବିଗ୍‌ବସ୍‌ ଟିମ୍‌ ନୋଟିସ ପଠାଇଥିଲେ।

Leave a Reply

Your email address will not be published. Required fields are marked *