September 27, 2023

Times One Odia

Odia News Portal

ସ୍ୱର୍ଗଦ୍ୱାରରୁ ହଟିଲା କଟକଣା

ପୁରୀ: ସ୍ୱର୍ଗଦ୍ୱାରରୁ କଟକଣା ହଟିଲା। କରୋନା ମହାମାରୀ ପାଇଁ ପୁରୀ ସ୍ୱର୍ଗଦ୍ୱାରରେ ଶବ ସଂସ୍କାର ନେଇ ଲଗାଯାଇଥିବା କଟକଣାକୁ ସୋମବାର ହଟାଯାଇଛି। ଏବେ ପୁରୀ ଜିଲ୍ଲା ବାହାରର ବ୍ୟକ୍ତି ନିଜ ଆତ୍ମୀୟଙ୍କ ଅନ୍ତିମ ସଂସ୍କାର ପୁରୀ ସ୍ୱର୍ଗଦ୍ୱାରରେ କରିପାରିବେ। ଏନେଇ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ସୂଚନା ଦେଇଛନ୍ତି। ଜିଲ୍ଲାରେ ସଂକ୍ରମଣ ହାର କମିଥିବାରୁ ସ୍ୱର୍ଗଦ୍ୱାରରୁ କଟକଣାକୁ ହଟାଯାଇଥିବା ଜଣାଯାଇଛି। ତେବେ ଶବ ସତ୍କାର ବେଳେ କୋଭିଡ ଗାଇଡଲାଇନ ପାଳନ କରିବା ଜରୁରୀ ବୋଲି ଜିଲ୍ଲାପାଳ କହିଛନ୍ତି। ଏତିସହ ଶବ ସକ୍ରାର ବେଳେ ୨୦ ଜଣରୁ ଅଧିକ ଲୋକ ଯିବେ ନାହିଁ। ଏପରିକି ସମସ୍ତେ ମାସ୍କ ପିନ୍ଧିବେ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *