September 28, 2023

Times One Odia

Odia News Portal

ଏଥର ହବିଷ୍ୟାଳୀଙ୍କୁ ଶ୍ରୀକ୍ଷେତ୍ର ମନା: ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ

ପୁରୀ: ପୁରୀ କୋଭିଡ଼ ମହାମାରୀ ପାଇଁ ଚଳିତବର୍ଷ କାର୍ତ୍ତିକ ମାସରେ ଶ୍ରୀକ୍ଷେତ୍ରକୁ ହବିଷ୍ୟାଳୀମାନଙ୍କୁ ନଆସିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ଉପଜିଲ୍ଲାପାଳ ଭବତାରଣ ସାହୁ ଏ ନେଇ ଅନୁରୋଧ କରିଛନ୍ତି।

ଶ୍ରୀକ୍ଷେତ୍ରକୁ ହବିଷ୍ୟାଳୀମାନେ ଆସିଲେ ବୟସ୍କ ବ୍ୟକ୍ତିଙ୍କୁ କୋଭିଡ୍ ବ୍ୟପିବାରେ ଆଶଙ୍କା ରହିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ହବିଷ୍ୟାଳୀ ଶିବିର ବନ୍ଦ ରହିଛି। ଗତ କିଛିବର୍ଷ ହେବ କାର୍ତ୍ତିକ ମାସରେ ହବିଷ୍ୟାଳୀମାନଙ୍କ ପାଇଁ ମାଗଣାରେ ରହିବା ଓ ମହାପ୍ରସାଦ ସେବନ ନେଇ ସ୍ୱତନ୍ତ୍ର ଶିବିର ଖୋଲୁଥିଲେ। ତେବେ ଚଳିତବର୍ଷ କୋଭିଡ଼ ମହାମାରୀ ସ୍ଥିତି ଯୋଗୁ ଏହା ବନ୍ଦ ରହିଛି।

ଅପରପକ୍ଷରେ ଏକ ମାସ ପରେ ଶ୍ରୀମନ୍ଦିରରେ ଚଳିତ ଶତାବ୍ଦୀର ପ୍ରଥମ ନାଗାର୍ଜୁନ ବେଶରେ ମହାପ୍ରଭୁ ସଜେଇ ହେବେ। ମାତ୍ର ଭକ୍ତମାନେ ଏହି ବେଶ ଦର୍ଶନ କରିପାରିବେ ନାହିଁ। ଏହି ବେଶ ଲାଗି ଦଶହରାରେ ଆଭୂଷଣ ପ୍ରସ୍ତୁତି ଅନୁକୂଳ ହୋଇଛି। ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ କରିବା ପରେ ଏହି ବେଶ ପ୍ରସ୍ତୁତିର ଅନୁକୂଳ ପର୍ବ ସମ୍ପନ୍ନ ହୋଇଛି।

Leave a Reply

Your email address will not be published. Required fields are marked *