କୋରୋନ କଟକଣା ଭିତରେ ମାଙ୍କ ପୂଜା ସମାପନ

ନୂଆପଡ଼ା(ମୁକେଶ କୁମାର ଦଣ୍ଡସେନା): ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଭେଲା ଗ୍ରାମରେ ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇ ଯାଇଛି ମାଁ ଦୁର୍ଗାଙ୍କର ପୂଜା। ସରକାରଙ୍କ ଦ୍ଵାରା ନିର୍ଦ୍ଧାରିତ କୋରୋନା କଟକଣାକୁ ଆଖି ଆଗରେ ରଖି, ପୂଜା କମିଟି ତରଫରୁ ସମସ୍ତ ପ୍ରକାର ଶୃଙ୍ଖଳା ଗତ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଦୀର୍ଘ 53 ବର୍ଷ ଧରି ଚାଲିଥିବା ଏହି ପୂଜା ମେଢ଼କୁ ବିଜୟା ଦଶମୀ ଦିନ ଜିଲ୍ଲା ଯୋଜନା ବୋର୍ଡ ଚେୟାରମେନ ତଥା ବିଧାୟକ ଶ୍ରୀ ଯୁକ୍ତ ରାଜେନ୍ଦ୍ର ଢୋଲକିଆ ଦର୍ଶନ କରିବା ପାଇଁ ଆସିଥିଲେ। ସାମାଜିକ ଦୂରତ୍ବ ବଜାୟ ରଖି ମାଁ ଦୂର୍ଗାଙ୍କର ପୂଜାର୍ଚ୍ଚନା କରିବା ସହିତ ଗ୍ରାମବାସୀଙ୍କୁ କୋରୋନ। ସଚେତନତା ବାର୍ତ୍ତା ଦେଇ ଥିଲେ। ଏହି ଅବସରରେ ପୂଜା କମିଟିର ସଭାପତି ରାଜକୁମାର ନିଆଳ, ପୂଜା କମିଟିର ସଦସ୍ୟ ସନ୍ତୋଷ ସୂପକାର, ଗୁଣ ସାଗର ନିଆଲ୍ ଙ୍କ ସମେତ ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ଅବନୀ ରଞ୍ଜନ ଯୋଷୀ, କାଳିଆ ପ୍ରଧାନ, ରତିକାନ୍ତ ମହାନ୍ତି, ବିମଳ କିଶୋର ନୀଆଲ, ମଦନ ବାଗ, ସନ୍ତୋଷ ଦୀପ ପ୍ରମୁଖ ଉପସ୍ଥିତ ଥିଲେ।