September 21, 2023

Times One Odia

Odia News Portal

କେନ୍ଦ୍ର ସରକାରଙ୍କ କୃଷି ଆଇନ ସପକ୍ଷରେ କଳାହାଣ୍ଡି ବିଜେପିର ସାମ୍ବାଦିକ ସମ୍ମିଳନୀ

1 min read

କଳାହାଣ୍ଡି(ତୁଳମଣିନାଗ): କୃଷି ଓ କୃଷକ ର କଲ୍ୟାଣ ପାଇଁ ଅଣାଯାଇଥିବା ଯୁଗାନ୍ତକାରୀ କୃଷି ଆଇନକୁ ନେଇ କଳାହାଣ୍ଡି ଜିଲ୍ଲା ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର
Circuit House ଠାରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ବାଦିକ ସମ୍ମିଳନୀରେ ନୂତନ କୃଷି ଆଇନ ର ବିଭିନ୍ନ ଦିଗ ସମ୍ପର୍କରେ ଆଲୋକପାତ କରାଯାଇଥିଲା । ଏହି ଆଇନ ଦ୍ୱାରା ଚାଷୀ ପାଉଥିବା ସର୍ବନିମ୍ନ ସହାୟକ ମୂଲ୍ୟ ରେ କୌଣସି ପରିବର୍ତନ ହୋଇନାହିଁ | କେନ୍ଦ୍ର ସରକାର ଏହି ବିଧେୟକ ଆଣିବାର 24 ଘଣ୍ଟା ଭିତରେ ଗହମ ସମେତ ଛ ଗୋଟି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ରେ ବୃଦ୍ଧି କରିଛନ୍ତି | ଏହି ଆଇନ ଦ୍ୱାରା ୨୦୨୨ସୁଦ୍ଧା କୃଷକ ତାର ଆୟକୁ ନିଶ୍ଚୟ ଦ୍ୱିଗୁଣିତ କରିପାରିବ ବୋଲି ସାଂସଦ ଶ୍ରୀ ବସନ୍ତ ପଣ୍ଡା କହିଥିଲେ । ଏହି ଆଇନ କୃଷକ ମାନଙ୍କୁ ମଧ୍ୟସ୍ଥି ମାନଙ୍କ ଦାଉରୁ ରକ୍ଷା କରିବ, କରଣ କୃଷକ ଓ ଖାଉଟି ମଧ୍ୟରେ ମଧ୍ୟସ୍ଥି ଭାବରେ ରହୁଥିବା ଵ୍ୟକ୍ତି ମାନେ କୃଷି ଉତ୍ପାଦନ ରୁ ଲାଭବାନ ହେଉଥିବା ବେଳେ ଉଭୟ ଚାଷୀ ଓ ଖାଉଟି କ୍ଷତିଗ୍ରସ୍ତ ହେଉଛନ୍ତି | କେନ୍ଦ୍ର ସରକାର ଧାନ ର ଏମଏସପି 1868 ଟଙ୍କା ଦେଉଥିବା ବେଳେ ମଣ୍ଡି ରେ ତିନି ରୁ ଆଠ କେଜି ପର୍ଯ୍ୟନ୍ତ କଟନି ଛଟନି ହେଉଥିବାରୁ ଚାଷୀ ପ୍ରକୃତ ମୂଲ୍ୟ ପାଇପାରୁନାହିଁ ବୋଲି ସେ ଅଭିଯୋଗ କରିଥିଲେ | ମଣ୍ଡି ଭିତ୍ତିଭୂମି ପାଇଁ କେନ୍ଦ୍ର ସରକାର ଅର୍ଥ ର ବ୍ୟବସ୍ଥା କରିଥିବା ସ୍ଥଳେ ଅଦ୍ୟାବଧି ଓଡିଶା ରେ ମଣ୍ଡି ଭିତ୍ତିଭୂମି ସୁଧୁରି ନାହିଁ ବୋଲି ସେ କହିଥିଲେ | ତେବେ ଆଗାମୀ ତିନି ମାସ ବିଜେପି କୃଷକ ମୋର୍ଚ୍ଚା ମଣ୍ଡି ଚାଲ ଅଭିଯାନ ମାଧ୍ୟମରେ ଓଡିଶା ର 3500 ମଣ୍ଡି କୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ପ୍ରତ୍ୟେକ ମଣ୍ଡି ରେ କୃଷକ ପଞ୍ଚାୟତ ଆୟୋଜନ କରିବ ଏବଂ ନୂତନ କୃଷି ନୀତି ସପକ୍ଷରେ ଚାଷୀ ମାନଙ୍କୁ ଅବଗତ କରିବ ବୋଲି ସାଂସଦ ଶ୍ରୀ ବସନ୍ତ ପଣ୍ଡା କହିଥିଲେ | ସାମ୍ବାଦିକ ସମ୍ମିଳନୀରେ ବିରୋଧୀଦଳ ନେତା ପ୍ରଦୀପ୍ତ କୁମାର ନାୟକ, ଜିଲ୍ଲା ବିଜେପି ସଭାପତି ଦେବେନ୍ଦ୍ର ମହାନ୍ତି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତାରାଣୀ ସାହୁ, ବରିଷ୍ଠ ବିଜେପି ନେତା ଭବେନ୍ଦ୍ର ପଣ୍ଡା, ବିନୀତା ଦାସ . ଭାନୁ ପ୍ରକାଶ ରଥ, ଜୟଶଙ୍କର ପଣ୍ଡା, ପ୍ରଶାନ୍ତ ସାହୁ, ଶର୍ମିଷ୍ଠା ମେହେର, ରମେଶ ମାଝୀ ପ୍ରମୁଖ ଯୋଗ ଦେଇଥିଲେ ।।

Leave a Reply

Your email address will not be published. Required fields are marked *