ଫନି କ୍ଷତିଗ୍ରସ୍ତ ସଂଗ୍ରାମ ସମିତିର ସାମ୍ବାଦିକ ସମିଳନୀ

ବ୍ରହ୍ମଗିରି(ଚିତ୍ତ ରଞ୍ଜନ ମହାନ୍ତି): ପୁରୀଜିଲ୍ଲା ବ୍ରହ୍ମଗିରି ବ୍ଲକ ଆଗରେ ଫନି କ୍ଷତି ଗ୍ରସ୍ତ ସଂଗ୍ରାମ ସମିତିର ଏକସାମ୍ବଦିକ ସମିଳନୀ ଅନୁଷ୍ଠିତ ହୋଇଯାଇଛି। ସମିତି ର ଆବାହକ ସୁରେନ୍ଦ୍ର ନାଥ ଜେନା ଙ୍କ ନେତ୍ରୁତରେଛ ଫନି ବାତ୍ୟା ରେ କ୍ଷତି ଗ୍ରସ୍ତ ହେଇଥିବା ପରିବାର ମାନଙ୍କୁ ଫନି ସହାୟତା ସଠିକଭାବରେ ପ୍ରଶାସନ ଚିନ୍ନଟ ନକରୀ ,କୋଠା ଘର ଅଛି ତାଙ୍କୁ ଘର ଦିଆଯାଇଛି ,ସହାୟତା ବି ମିଳିଛି। ହେଲେ ଆଜି ହଜାର ହଜାର ଗରୀବ ଖଟିଖିଆ ଦିନ ମଜୁରୀଆ ବାସ ହରା ହେଇ ପଲିଥିନ ତଳେ ସିତ କାକର ରେ ଜୀବନ କାଟୁଛନ୍ତି।
ଦୀର୍ଘ ୧୭ଦିନ ଧରି ଧାରଣାରେ ବସିଥିବା ସଦସ୍ୟ ମାନେ ସରକାର ପାଖରେ ୩ଟି ଦାବି କରିଥିଲେ ଫାଇଲିନୀ ଓ ଫନି ରେ କେତେ ବାସ ଗୃହ ଦିଆଯାଇଛି। କେତେ ପାଇଛନ୍ତି ଓ ଅପାରଗ ପ୍ରଶାସନିକ ଅଧିକାରୀମାନେ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଏହା ଥିଲା ସଂଗ୍ରାମ ସମିତି ର ଦାବୀ ହେଲେ ସରକାର ଙ୍କ ଠାରୁ ଆରମ୍ଭ କରୀ ଜିଲ୍ଲା ପ୍ରଶାସନ ଏହାକୁ ଅଣଦେଖା କରି ଚାଲିଜାଉଛି ଏହାର ପ୍ରତୀ ବାଦ ରେ ଆଗାମି ଦିନରେ ତହସିଲି କାର୍ଯ୍ୟ ଳୟ ଠାରୁ ଆରମ୍ଭ କରି ସମସ୍ତ ସରକାରୀ କାର୍ଯ୍ୟ ଳୟ କୁ ଠପ କରି ଦିଆଜିବ ବେଲି ସିଧାସଳଖ ସାମ୍ବାଦିକ ସମିଳନୀରେ ଘୋଷଣା କରାଯାଇଛି।