ପ୍ରେସ କ୍ଲବ ପକ୍ଷରୁ ସମ୍ବର୍ଦ୍ଧନା ଓ ବନ୍ଧୁ ମିଲନ କାର୍ଯ୍ୟକ୍ରମ

କଳାହାଣ୍ଡି(ରାଜୁ ପାହାଡ଼): କଳାହାଣ୍ଡି ଜିଲ୍ଲା ଜୟପାଟଣା ପ୍ରେସ କ୍ଲବ ପକ୍ଷରୁ କ୍ଲବ ସଭାପତି ଶ୍ରୀ ଅର୍ଜୁନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଗାନ୍ଧିଗ୍ରାମ ଦୂର୍ଗା ମଣ୍ଡପ ଠାରେ ଏକ ସମ୍ବର୍ଦ୍ଧନା ସଭା ଓ ବନ୍ଧୁ ମିଲନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କ୍ଲବ ଉପ ସଭାପତି ଯୁଧିଷ୍ଠିର ସୁନା ସ୍ଵାଗତ ଅଭିଭାଷଣ ଦେଇଥିବା ବେଳେ ଉପଦେଷ୍ଟା ଶେଷଦେବ ବେହେରା, ଭାସ୍କର ପ୍ରସାଦ ବେହେରା, କୋଷାଧକ୍ଷ ପ୍ରାଣ ରଞ୍ଜନ ବେହେରା ପ୍ରମୁଖ ଜୟପାଟଣା ଦମକଳବାହିନୀ ର କର୍ମଚାରୀ ମାନଙ୍କ ଉଲ୍ଲେଖନୀୟ ସେବା ପ୍ରଦାନ ଉପରେ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମ ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ବତନ ମନ୍ତ୍ରୀ ତଥା ଲାଞ୍ଜିଗଡ ବିଧାୟକ ଶ୍ରୀ ବଳଭଦ୍ର ମାଝୀ ଦମକଳବାହିନୀଙ୍କ ଜନହିତକର କାର୍ଯ୍ୟ ର ପ୍ରସଂସା ସହ ପ୍ରେସ କ୍ଲବ ର ଏହି ବିରଳ ସମ୍ବର୍ଦ୍ଧନା ଉତ୍ସବକୁ ମଧ୍ଯ ଭୂୟସୀ ପ୍ରଶଂସା କରିଥିଲେ।
ନୟନ ରଞ୍ଜନ ପଣ୍ଡା ଓ ପ୍ରାଣ ରଞ୍ଜନ ବେହେରା ମାନପତ୍ର ପାଠ କରିଥିଲେ। ସହ ସମ୍ପାଦକ ସୁଶିଲ ନାଏକ କାର୍ଯ୍ୟକ୍ରମ ପରିଚାଳନା ଓ ଅବିନାଶ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ। ଜୟପାଟଣା ଅଞ୍ଚଳରେ ଉଲ୍ଲ୍ଲେଖନୀୟ ଆପାତ କାଳୀନ ସେବା, ଉଦ୍ଧାର କାର୍ଯ୍ୟ, ଦୁର୍ଘଟଣା ଗ୍ରସ୍ତ ଙ୍କୁ ସହାୟତା ଓ ଅନ୍ୟାନ୍ୟ ଦୃଷ୍ଟାନ୍ତ ମୂଳକ ସେବା ନିମନ୍ତେ ଜୟପାଟଣା ଦମକଳବାହିନୀ ର ଏଗାର ଜଣ କର୍ମଚାରୀ ଙ୍କୁ ମୁଖ୍ୟ ଅତିଥି ଓ କର୍ମକର୍ତ୍ତା ସଭ୍ଯ ମାନଙ୍କ ଦ୍ଵାରା ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। କୋଭିଡ୍ କଟକଣା କୁ ଦୃଷ୍ଟିରେ ରଖି ସମସ୍ତ କ୍ଲବ ସଭ୍ଯ, କର୍ମକର୍ତ୍ତା ଙ୍କ ଉପସ୍ଥିତିରେ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା।