September 28, 2023

Times One Odia

Odia News Portal

ବ୍ଲକ ସ୍ତରୀୟ ରାଜମିସ୍ତ୍ରୀ ପ୍ରଶିକ୍ଷଣ ଶିବିର

1 min read

ପାପଡାହାଣ୍ଡି(ଏସକେ ମୁସ୍ତାକ): ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ଅଧୀନ ଜଟାବାଲ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଓରମାସ ଆନୁକୁଲ୍ୟରେ ନବରଙ୍ଗପୁର ପଦ୍ମା ରଞ୍ଜିତା ଏଜୁକେସନ ଟ୍ରଷ୍ଟ ପକ୍ଷରୁ ବ୍ଲକ ସ୍ତରୀୟ ରାଜମିସ୍ତ୍ରୀ ପ୍ରଶିକ୍ଷଣ ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ପ୍ରତ୍ୟେକ ବ୍ଲକ ଅଧୀନରେ ସରକାରୀ ପ୍ରକଳ୍ପ ଯଥା- ଇନ୍ଦିରା ଆବାସ ଯୋଜନା କିମ୍ବା ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ହେଉ ସେଗୁଡିକ କୌଣସି କାରଣ ବଷତଃ ଅର୍ଦ୍ଧନିର୍ମିତ ହୋଇ ପଡିରହିଛି। ସେଗୁଡିକୁ ପୁନଃଉଦ୍ଧାର କରିବା ପାଇଁ କେଦ୍ର ସରକାର ଓ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରି ସେହି କାର୍ଯ୍ୟ ଗୁଡିକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାରଙ୍କ ସହ ଚୁକ୍ତିନାମା କରିଥିବା ସଂସ୍ଥା ଗୁଡିକୁ ଦାୟିତ୍ଵ ପ୍ରଦାନ କରଯାଇଥିଲା। ଉକ୍ତ ସଂସ୍ଥା ମାଧ୍ୟମରେ ୪॰୨॰୨୦୨୦ ଠାରୁ ୧୩॰୨॰ ୨୦୨୦ ପର୍ଯ୍ୟନ୍ତ ୧୦ ଦିନ ପ୍ରଶିକ୍ଷଣ ଦିଆଯାଇଥିଲା ଏବଂ କାର୍ଯ୍ୟ ଆରମ୍ଭ କରିବା ପାଇଁ ମିସ୍ତ୍ରୀ ମାନଙ୍କୁ ଆଦେଶ ଦିଆଯାଇଥିଲା। ଏତତବ୍ୟତୀତ ସେମାନଙ୍କ ବ୍ୟାଙ୍କ ଜମାଖାତାକୁ ଟଙ୍କା ପଠାଇ ଦିଆଯାଇଥିଲା। କରୋନା ମହାମାରୀ ଯୋଗୁଁ ମିସ୍ତ୍ରୀ ମାନଙ୍କର ଟୁଲକୀଟ ପ୍ରଦାନ କରାଯାଇ ପାରିନଥିଲା। ଜିଲା ପ୍ରଶାସନ ର ଅନୁମତି ମିଳିବା ପରେ ଟ୍ରଷ୍ଟ ପକ୍ଷରୁ ଆଜି ସେମାନଙ୍କୁ ଟୁଲକୀଟ ସହ ସାର୍ଟିଫିକେଟ ପାପଡାହାଣ୍ଡି ବି ଡି ଓ ରଞ୍ଜିତା ମଲ୍ଲିକ ପ୍ରଦାନ କରିଥିବା ବେଳେ ଜିଲା ସଂଯୋଜକ ସଂଗ୍ରାମ ପଟ୍ଟନାୟକ, ପ୍ରଶିକ୍ଷଣ ଇନଚାର୍ଜ ସୁମନ୍ତ କୁମାର ଦେହୁରି ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମକୁ ସମ୍ପନ୍ନ କରିଥିଲେ।

Leave a Reply

Your email address will not be published. Required fields are marked *