ଅଞ୍ଚଳ ପ୍ରକଳ୍ପ ବୁଲି ଦେଖିଲେ ଉଠାଜଳ ସେଚନ ସହକାରୀ ଯନ୍ତ୍ରୀ
1 min read
ଫୁଲବାଣୀ(ସୁନୀଲ ପଟ୍ଟନାୟକ): କନ୍ଧମାଳ ଜିଲ୍ଲା ଉଠାଜଳସେଚନ ବିଭାଗ ନିର୍ବାହୀ ଯନ୍ତୀ ଇଂରୁଦ୍ରପ୍ରସାଦ ମିଶ୍ର ଙ୍କ ନିର୍ଦ୍ଦେଶକ୍ରମେଆଜି ବିଭାଗର ସହକାରୀ ଯନ୍ତ୍ରୀ ଇଂ ବିମ୍ଵା ଧର ବେହେରା ଓ କନିଷ୍ଠ ଯନ୍ତ୍ରୀ ପ୍ରମୁଖ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଳକ ଅର୍ନ୍ତଗତ ଜାମଝରୀ ଗାଁ କୁ ଯାଇ ଅଚଳ ହୋଇପଡିଥିବା ଉଠାଜଳସେଚନ ପ୍ରକଳ୍ପ ବୁଲି ଦେଖିବା ସହ ସଂପୃକ୍ତ ଅଞ୍ଚଳର ଚାଷୀ ମାନଙ୍କ ସହ ଆଲୋଚନା କରିଥିଲେ।
ଅଚଳ ହୋଇପଡ଼ିଥିବା ପ୍ରକଳ୍ପ କୁ ଅତି ଶିଘ୍ର ଯେପରି ମରାମତି ହେବ ସେ ନେଇ ବିଭାଗୀୟ ଅଧସ୍ତନ କନିଷ୍ଠ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଗତ ପ୍ରାୟ ୩/୪ବର୍ଷ ହେଲା ଜାମଝରୀ ପ୍ରକଳ୍ପଟି ଅଚଳ ହୋଇପଡ଼ିଥିଲା ଫଳରେ ଚାଷୀମାନଙ୍କ ହିତରେ ଆସୁନଥିଲା। ଏନେଇ ପ୍ରଥମେ ଟାଇମସ one ଓଡିଆ ନ୍ୟୁଜ ଚାନେଲରେ ପ୍ରକାଶ ପାଇବାପରେ ନିର୍ବାହୀ ଯନ୍ତ୍ରୀ ଇଂ ରୁଦ୍ରପ୍ରସାଦ ମିଶ୍ର ଏହାକୁ ଗୁରୁତର ସହ ନେଇ ବିଭାଗୀୟ ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀଙ୍କ ସହ ଆଜି ପ୍ରକଳ୍ପ ସଂପର୍କରେ ଆଲୋଚନା କରିଥିଲେ । ନିର୍ବାହୀ ଯନ୍ତ୍ରୀ ଇଂ ମିଶ୍ର ଙ୍କ ସମୟୋଚିତ ପଦକ୍ଷେପ ଯୋଗୁଁ ଚାଷୀ ଏବେ ବେଶ ଖୁସି। ଜଳ ସେଚନ ସୁବିଧା ନ ପାଇ ଚାଷୀ ଯେପରି ଚାଷ କରିବାରେ ଅସୁବିଧାର ସମୁଖୀନ ଯେପରି ନହେବେ ସେଥିପ୍ରତି ନିର୍ବାହୀ ଯନ୍ତ୍ରୀ ଇଂ ମିଶ୍ର ଅଗ୍ରାଧିକାର ଭିତ୍ତିରେ ଗୁରୁତ୍ଵ ଦେଇଛନ୍ତି ।
ସେହିପରି କନ୍ଧମାଳ ଜିଲ୍ଲାର ଚାଷୀ ଙ୍କ ଜମିକୁ ଯେପରି ଅଧିକରୁ ଅଧିକ ଜଳସେଚନ ବ୍ୟବସ୍ଥା ଯୋଗାଇଦେବା ଲାଗି ବିଭାଗ ପକ୍ଷରୁ ବହୁ ପ୍ରକଳ୍ପ ନିର୍ମାଣ କରାଯାଇଛି ଓ ବର୍ତ୍ତମାନ କରାଯାଉଥିବା ମଧ୍ୟ ଇଂ ମିଶ୍ର କହିଛନ୍ତି। ଉଠଜଳସେଚନ ନିଗମ କନ୍ଧମାଳ ଜିଲ୍ଲାର ନିର୍ବାହୀ ଯନ୍ତ୍ରୀ ଇଂରୂଦ୍ର ପ୍ରସାଦ ମିଶ୍ରଙ୍କ ବ୍ୟକ୍ତିଗତ ନିଷ୍ଠାପର ଉଦ୍ୟମ, ଆନ୍ତରୀକତା, କାର୍ଯ୍ୟଦକ୍ଷତା, ସାଙ୍ଗକୁ ଉନ୍ନତ ଜ୍ଞାନକୌଶଳ ଯୋଗୁଁ କନ୍ଧମାଳ ଜିଲ୍ଲାର ଦୁର୍ଗମ ତଥା ମାଓ ଇଲାକା ଭାବେ ପରିଚିତ କୋଟଗଡ ବ୍ଳକର ବଣ୍ଡା ପିପିଲି ,ଧରାକୋଟ ରେ କେନ୍ଦ୍ର ସରକାରଙ୍କ ରୂର ବାନ ଯୋଜନାରେ ୨ଟି ଓ ଆରଆଇଡି ଏଫ .ଯୋଜନାରେ କୋଟଗଡ, ପାଣ୍ଡାରି ପି. ଜାମୁ6 ଝାର, ଓ ବଣ୍ଡା ପିପିଲି ଅଞ୍ଚଳରେ ବର୍ତମାନ ନୁତନ ପ୍ରକଳ୍ପ କାର୍ଯ୍ୟ ଚାଲିଥିବା ନିବାହି ଯନ୍ତ୍ରୀ ଇଂ ମିଶ୍ର କହିଛନ୍ତି। ଏହି ପ୍ରକଳ୍ପ ଦ୍ଵାରା ଅଞ୍ଚଳର ଶତାଧିକ ଗରୀବ ନାମ ମାତ୍ର ଚାଷୀ ଲାଭବାନ ହୋଇପାରିବେ। ଏହିସବୁ ପ୍ରକଳ୍ପ ଖରିଫ ଓ ରବି ଋତୁରେ ଚାଷଜମିକୁ ପ୍ରର୍ଯ୍ୟାପ୍ତ ଜଳସେଚନ ସୁବିଧା ଯୋଗାଇବ। ଫଳରେ ଚାଷୀମାନେ ବର୍ଷରେ ଦୁଇଥର ଧାନ ଓ ପନିପରିବା ଆଦିଚାଷ କରିପାରିବେ। ଏହା ଦ୍ଵାରା ଚାଷୀମାନଙ୍କ ସାମ।ଜିକ ଓ ଅର୍ଥନୈତିକ ଉନ୍ନତି ସମ୍ଭବ ହେବ ବୋଲି ନିର୍ବାହୀ ଯନ୍ତ୍ରୀ ଇଂ ମିଶ୍ର କହିଛନ୍ତି।