September 28, 2023

Times One Odia

Odia News Portal

କନ୍ଧମାଳ ଗସ୍ତରେ ଓଡିଶା ପୋଲିସ ଅଭୟ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଅଭୟ। ପୋଲିସ ମହାନିର୍ଦେଶକ ଅଭୟ ବାଲିଗୁଡ଼ା ଥାନା ଅନ୍ତର୍ଗତ ଖମଣଖୋଲରେ ଥିବା ସିଆରପିର ନକ୍ସଲ୍ ବିରୋଧୀ ଶିବିରର ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ସୈନିକ ସମ୍ମିଳନୀରେ ଯ‌ୋଗ ଦେବା ସହ ଜିଲ୍ଲାରେ ନକ୍ସଲ୍ ବିରୋଧୀ କାର୍ଯ୍ୟକଳାପର ସମୀକ୍ଷା କରିଛନ୍ତି।

ସେହିପରି ପୋଲିସ ମହାନିର୍ଦେଶକ ଜିଲ୍ଲା ପୋଲିସର କନେଷ୍ଟବଳ ଜିତେନ୍ଦ୍ର ନାୟକ ଓ ତପନ ପ୍ରଧାନଙ୍କ ସହ ଆଲୋଚନା କରିଛନ୍ତି। ଏହି ସମୟର‌େ ତାଙ୍କ ସହ ଗୁଇନ୍ଦା ବିଭାଗ ନିର୍ଦେଶକ, ଏସଡିଜି,ସିସିଆରପିଏଫ ଆଇଜି ଏବଂ ଆଇଜି ଅପରେସନ୍ ପ୍ରମୁଖ ଯୋଗ ଦେଇଥିବା ଜଣାଯାଇଛି। ଏହି ଅବସରରେ ଓଡ଼ିଶା ପୋଲିସ ଓ ସିସିଆରପିଏଫ ମିଳିତ ଭାବେ ମାଓ ଗତିବିଧିକୁ ପ୍ରତିହତ କରିବା ପାଇଁ କାର୍ଯ୍ୟ କରୁଛନ୍ତି ଏବଂ ସେମାନଙ୍କର ମନୋବଳ ଉଚ୍ଚ ଅଟେ ବ‌ୋଲି ପୋଲିସ ମହାନିର୍ଦେଶକ କହିଛନ୍ତି।

Leave a Reply

Your email address will not be published. Required fields are marked *