September 21, 2023

Times One Odia

Odia News Portal

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କ ବ୍ୟାଙ୍କ ଖାତାରୁ ଟଙ୍କା ଗାଏବ

1 min read

ନଵରଙ୍ଗପୁର(ରବି ନାରାୟଣ ମହାନ୍ତି): ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ରୁ ଟଙ୍କା ଗାଏବ।ଏଭଳି ସଙ୍ଗିନ ଅଭିଯୋଗ କରିଛନ୍ତି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଥାନା ଅନ୍ତର୍ଗତ ବଜ୍ରଗଡ୍ ଗ୍ରାମର ଗୁରୁବାରି ମାଙ୍ଗଲି।ଗୁରୁବାରୀ ଜଣେ ଗରିବ ଶ୍ରେଣୀର ତାଙ୍କୁ ରହିବା କୁ ଘର ଖଣ୍ଡେ ନଥିବାରୁ ୨୦୧୯ ମସିହାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରି ଘର ଖଣ୍ଡେ ଯୋଗାଇ ଦିଆଗଲା।ସରକାରଙ୍କ ପକ୍ଷରୁ ଘର ସିନା ପାଇଗଲେ କିନ୍ତୁ ଘର ତିଆରି କରିବା ପାଇଁ ହାତରେ ସମ୍ବଳ ନାହିଁ।ତେଣୁ କୋଷାଗୁମୁଡା ର ଜଣେ ଅବଦୁଲ ନାମକ ଠିକାଦାର ଙ୍କୁ ଗୁରୁବାରୀ ଘର ତିଆରି ପାଇଁ ଦେଇଥିଲେ।

ଅଧା କାମ କରିବା ପରେ ଗୁରୁବାରୀ ଙ୍କ ଅଜାଣତରେ ଠିକାଦାର ଅବଦୁଲ ୮୦ ହଜାରରୁ ଉର୍ଦ୍ଧ୍ବ ଟଙ୍କା ବ୍ୟାଙ୍କ ଆକାଉଣ୍ଟରୁ ଉଠାଇଥିବା ଅଭିଯୋଗ ହୋଇଛି।ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଶାଖାର ବ୍ୟାଙ୍କ ମେନେଜୋର ଓ ଠିକାଦାର ଅବଦୁଲର ମଧୁ ଚନ୍ଦ୍ରିକାରେ ବ୍ୟାଙ୍କ ରୁ ମୋର ଟଙ୍କା ଉଠାଯାଇଛି ବୋଲି ଗୁରୁବାରୀ ଅଭିଯୋଗ କରିଛନ୍ତି।ବର୍ତ୍ତମାନ ଠିକାଦାର ମଧ୍ୟ ଘର ତିଆରି କରିବା ଅଧାରୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛି।ଏବେ ଗୁରୁବାରୀ କୁ ରହିବାକୁ ଆଶ୍ରୟ ନଥିବାରୁ ସେ ଗୋଟିଏ ଜରି କୁଡିଆ ରେ ଅନେକ ଅସୁବିଧାରେ ରହୁଛନ୍ତି।ଏନେଇ ଗୁରୁବାରୀ ସରପଞ୍ଚ ଓ Peo ଙ୍କୁ ଜଣାଇବା ପରେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ କୋଷାଗୁମୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ମଧ୍ୟ ଜଣାଇଥିଲେ।ଅଭିଯୋଗ ପାଇଲା ପରେ ଏହାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଡିଓ ପ୍ରତିଶ୍ରୁତି ଦେଇଛନ୍ତି।

Leave a Reply

Your email address will not be published. Required fields are marked *