September 21, 2023

Times One Odia

Odia News Portal

ରାଇକିଆ ବ୍ଲକ୍ ବିଡ଼ିଓଙ୍କ ପ୍ଳାଜ଼ମା ଦାନ

ରାଇକିଆ(ରଜତ କୁମାର ନାୟକ)କୋରନା ମହାମାରୀ ସଂକ୍ରମଣରୁ ସୁସ୍ଥ ହୋଇଥିବା ଯୋଦ୍ଧା ବ୍ୟକ୍ତି ସେମାନଙ୍କ ମହାନତାର ପରିଚୟ ଦେଇ ବହୁ ସଂଖ୍ୟକ ବ୍ୟକ୍ତି ପ୍ଳାଜ଼ମା ଦାନ କରୁଥିବା ବେଳେ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ବିଡ଼ିଓ ପ୍ରବିଣ କୁମାର ବାଣୁଆ ପ୍ଳାଜ଼ମା ଦାନ କରିଥିବା ଜଣାପଡିଛି।ଏହି ମହତ୍ତ୍ଵ କାର୍ଯ୍ୟ କରି ନିଜକୁ ଧନ୍ୟ ମନେ କରୁ ଥିବାବେଳେ ଯେଉଁ ମାନେ ଏହି କରୋନା ମହାମାରୀ ସଂକ୍ରମଣରୁ ସମ୍ପୁର୍ଣ୍ଣ ସୁସ୍ଥ ହୋଇଯାଇଛନ୍ତି ସେମାନେ ମଧ୍ୟ ଆଗକୁ ଆସି ଏହି ମହତ୍ତ୍ଵ କାର୍ଯ୍ୟ କରି ଅନ୍ୟ ମାନଙ୍କ ବହୁ ମୂଲ୍ୟ ଜୀବନ ବଞ୍ଚିବାରେ ସହାୟକ ହେବ ବୋଲି ଶ୍ରୀ ବାଣୁଆ କରିଛନ୍ତି। ଏଥି ଯୋଗୁଁ ରାଇକିଆ ବ୍ଲକ୍ ର ସରକାରୀ ଓ ବେସରକାରୀ ଅନୁଷ୍ଠାନରୁ ଶୁଭେଚ୍ଛା ପ୍ରଦାନ କରାଯାଇଛି। ଏବଂ ଏହି କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ପ୍ରେରଣା ଯୋଗାଇବ।

Leave a Reply

Your email address will not be published. Required fields are marked *