ଫାଇଜର ଡାଟା ଲିକ୍ ! କରୋନା ଟିକା ସମ୍ପର୍କିତ ଫାଇଲ ଚୋରି

ବିଶ୍ବ ବଜାରକୁ ଆସିନି କରୋନା ଟିକା । ଏହାକୁ ତିଆରି କରୁଥିବା ଟିକା କମ୍ପାନୀ ସାଇବର ଆକ୍ରମଣର ଶିକାର ହୋଇଛି । ଜର୍ମାନ କମ୍ପାନୀ ବାୟୋ ଏନ୍ ଟେକ୍ ଓ ଆମେରିକୀୟ ଔଷଧ ନିର୍ମାତା ଫାଇଜର ସାଇବର ଆକ୍ରମଣର ଶିକାର ଅଭିଯୋଗ । ଏ ନେଇ ଉଭୟ କମ୍ପାନୀ ଜାରି କରିଥିବା ବିବୃତ୍ତିରେ ହ୍ୟାକରମାନେ କରୋନା ଭାକ୍ସିନ ସମ୍ପର୍କିତ ଫାଇଲ ଚୋରି କରିଥିବା କହିଛନ୍ତି। ଭାକ୍ସିନକୁ ନେଇ କରାଯାଇଥିବା ମିଳିତ ଗବେଷଣାର ତଥ୍ୟ ୟୁରୋପୀୟ ମେଡିସିନ ଏଜେନ୍ସୀଙ୍କ ସର୍ଭରରେ ଥିଲା। ସାଇବର ହ୍ୟାକର ଏହାକୁ ହାତେଇ ନେଇଥିବା ଉଭୟ କମ୍ପାନୀ ଅଭିଯୋଗ କରିଛନ୍ତି। ଆମଷ୍ଟରଡମ ନିଜ କରୋନା ଭାଇରସ ଭାକ୍ସିନ ଉପଯୋଗ ଲାଗି ୟୁରୋପୀୟ ସଂଘଙ୍କ ଔଷଧ ନିୟାମକଙ୍କୁ ନିବେଦନ କରିଥିଲା। ଏହା ପରେ ଆସିଛି ଏପରି ଘଟଣା । ତେବେ ଇଏମଏ ଏ ନେଇ କୌଣସି ମନ୍ତବ୍ୟ ଦେବାକୁ ମନା କରିଦେଇଥିବା ବେଳେ ମାମଲାର ଯାଞ୍ଚ ହେଉଥିବା କହିଛନ୍ତି। ଇଏମଏ ସର୍ଭରରେ ଷ୍ଟୋର ଥିବା ଫାଇଜର ଓ ବାୟୋଏନଟେକ୍ଙ୍କ କୋରନା ଭାକ୍ସିନ ସମ୍ପର୍କିତ କିଛି ଡାଟାକୁ କେହି ବେଆଇନ ଭାବେ ଆକ୍ସେସ କରିଛି। ତେବେ ସିଧାସଳଖ ଫାଇଜର ଅଥବା ବାୟୋଏନଟେକ୍ କମ୍ପାନୀଙ୍କ ସିଷ୍ଟମ ଉପରେ ସାଇବର ଆକ୍ରମଣ ହୋଇ ନାହିଁ। ସାଇବର ହ୍ୟାକର୍ସ ଯେଉଁ ଡାଟା ଆକ୍ସେସ୍ କରିଛନ୍ତି ଏଥିରୁ ଭାକ୍ସିନର ପରୀକ୍ଷାମୂଳକ ପ୍ରୟୋଗ ହୋଇଥିବା ଲୋକଙ୍କ ସୂଚନା ରହିଛି । ଯେଉଁମାନେ ଏହି ପରୀକ୍ଷଣ ଲାଗି ସ୍ୱେଚ୍ଛାକୃତ ଆଗକୁ ଆସିଥିଲେ ହୁଏତ ସେମାନଙ୍କ ଜୀବନ ଏବେ ବିପଦାପନ୍ନ ହୋଇପାରେ। ତେବେ ଔଷଧ ତିଆରି କରିଥିବା ଦୁଇ କମ୍ପାନୀ ନିୟାମକଙ୍କ ଯାଞ୍ଚ ଉପରେ ପୂର୍ଣ୍ଣ ଆସ୍ଥା ରଖିଥିବା କହିଛନ୍ତି।