September 21, 2023

Times One Odia

Odia News Portal

ଆମେରିକାରେ ଫାଇଜର ଟିକାକୁ ଅନୁମତି: ଆସନ୍ତା ସପ୍ତାହରୁ ଟିକାକରଣ

କରୋନା ମୁକାବିଲାରେ ଏବେ ବ୍ରିଟେନ୍ ରାସ୍ତାରେ ଆମେରିକା । ଫାଇଜର ଟିକାର ଜରୁରୀ କାଳିନ ବ୍ୟବହାରକୁ ନେଇ ଆମେରିକା ଦେଇଛି ଗ୍ରୀନ୍ ସିଗନାଲ୍ । ଆମେରିକାର ଖାଦ୍ୟ ଓ ଔଷଧ ପ୍ରାଧୀକରଣର ପରାମର୍ଶ କମିଟି ଫାଇଜର ଟିକାର ଜରୁରୀକାଳିନ ବ୍ୟବହାରକୁ ଅନୁମତି ପ୍ରଦାନ କରିଛନ୍ତି । ଟିକା ବ୍ୟବହାର ସପକ୍ଷରେ ୧୭ଟି ଭୋଟ୍ ପଡିଥିବା ବେଳେ ୪ଟି ଭୋଟ୍ ବିପକ୍ଷରେ ଯାଇଥିଲା । ଜର୍ମାନର ଫାର୍ମା କମ୍ପାନୀ ବାୟୋ ଆଣ୍ଡ୍ ଟେକ୍ ନିର୍ମାଣ କରିଥିବା କରୋନା ଟିକା ଫାଇଜରକୁ ବୟସ୍କ ଓ ୧୬ ବର୍ଷରୁ ଅଧିକ ବୟସର କିଶୋରଙ୍କ ଠାରେ ବ୍ୟବହାର ନିରାପଦ ବୋଲି ଏକ୍ସପର୍ଟ କମିଟି କହିଛି । ସୂଚନା ଅନୁସାରେ ଆସନ୍ତା ସପ୍ତାହରୁ ଆମେରିକାରେ ଆରମ୍ଭ ହେବ ଫାଇଜର ଟିକାକରଣ । ପ୍ରଥମ ଦଫାରେ ଅଗ୍ରାଧୀକାର ଭିତିରେ ସ୍ୱାସ୍ଥ୍ୟକର୍ମୀଙ୍କୁ ମିଳିବ ଟିକା । ଡିସେମ୍ୱର ମାସ ସୁଦ୍ଧା ଆମେରିକାରେ ପ୍ରାୟ ୨୫ ମିଲିୟନ୍ ଟିକାକରଣ କରାଯିବାକୁ ଯୋଜନା ରଖାଯାଇଛି । ବର୍ତମାନ ଏଫଡିଏ ଅନ୍ୟତମ କରୋନା ଟିକା ମଡର୍ଣ୍ଣା ନେଇ ଅନୁଧ୍ୟାନ କରୁଛି । ଆସନ୍ତା ସପ୍ତାହରେ ଏନେଇ ରିପୋର୍ଟ ଆସିଯିବ । ବର୍ତମାନ ମଡର୍ଣ୍ଣା ଟିକା ମାନବ ପରୀକ୍ଷଣର ଶେଷ ପର୍ଯ୍ୟାୟରେ ପହଁଚିଛି । ଫାଇଜର ଟିକାର ଜରୁରୀ କାଳୀନ ବ୍ୟବହାରରେ ବିଶ୍ୱରେ ବ୍ରିଟେନ୍ ହେଉଛି ପ୍ରଥମ ରାଷ୍ଟ୍ର । ଏବେ ଆମେରିକା ଏଥିରେ ସାମିଲ ହେବାକୁ ଯାଉଛି । ବର୍ତମାନ ସୁଦ୍ଧା ଆମେରିକାରେ ୩ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଇ ସାରିଲାଣି କରୋନା ଭୂତାଣୁ । ଏପରି ସ୍ଥିତିରେ ଫାଇଜର ଟିକାର ଜରୁରୀ କାଳୀନ ବ୍ୟବହାରକୁ ଆମେରିକାର ଏଫଡିଏର ବିଶେଷଜ୍ଞ କମିଟିର ଗ୍ରୀନ୍ ସିଗନାଲ, କରୋନା ମହାମାରୀ ଉପରେ ରୋକ୍ ଲଗାଇବ ବୋଲି ଆଶା କରାଯାଉଛି ।

Leave a Reply

Your email address will not be published. Required fields are marked *