ପେଟ୍ରୋଲ ପମ୍ପରେ ଗୁଳି ଫୁଟାଇ ଟଙ୍କା ଲୁଟ୍

ନବରଙ୍ଗପୁର(ରବିନାରାୟଣ ମହାନ୍ତି): ସନ୍ଧ୍ୟା ସମୟରେ ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଦାନୀଗୁଡା ଗ୍ରାମରେ ଥିବା ମଲ୍ଲିକ ଫୁଏଲ ପେଟ୍ରୋଲ ପମ୍ପରୁ ଲୁଟ ହେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାଇ ଏକ ବାଇକରେ ଦୁଇଜଣ ଉକ୍ତ ପେଟ୍ରୋଲ ପମ୍ପକୁ ଆସି ତେଲ ପକାଇବା ବାହାନାରେ ଯାଇ ତେଲ ଦେଉଥିବା କର୍ମଚାରୀଙ୍କୁ ବନ୍ଧୁକ ଦେଖେଇ ଟଙ୍କା ଥିବା ବ୍ୟାଗକୁ ଟାଣିଥିଲେ। କର୍ମଚାରୀ ଜଣକ ପାଟି କରିବାରୁ ଦୁର୍ବୁତ୍ତ ବନ୍ଧୁକରୁ ଗୁଳି ଫୁଟାଇ ଥିଲେ। ଏତିକିବେଳେ ପେଟ୍ରଲ ପମ୍ପ ମାଲିକ ଜାଣି ବହାରକୁ ଆସିବାରୁ ତାଙ୍କ ଉପରକୁ ମଧ୍ୟ ମିସଫାଇରିଙ୍ଗ କରି ଟଙ୍କା ବ୍ୟାଗ ଧରି ଚମ୍ପଟ ମାରିଥିଲେ। ଉକ୍ତ ବ୍ୟାଗରେ ପାଖାପାଖି ଦେଢ଼ ଲକ୍ଷ ଟଙ୍କା ଥିବା ପେଟ୍ରୋଲ ପମ୍ପ ମାଲିକ ପୋଲିସକୁ ଜଣାଇଛନ୍ତି। ଖବର ପାଇ କୋଡ଼ିଙ୍ଗା ପୁଲିସ ଘଟଣା ସ୍ଥଳକୁ ଯାଇ ବନ୍ଧୁକରୁ ବାହାରିଥିବା ଗୁଳିର ଖୋକାକୁ ଜବତ କରିଛି। ସେପଟେ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ନାକାବନ୍ଦି କରି କଡାକଡି ଯାଞ୍ଚ ଚାଲିଥିବା ସୁଚନା ମିଳିଛି। ଏହା ଏକ ନବ ନିର୍ମିତ ପେଟ୍ରୋଲ ପମ୍ପ ହୋଇଥିବାରୁ ଏଠାରେ କୌଣସି ସିସିଟିଭି ନଥିବାରୁ ଘଟଣା ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।