September 27, 2023

Times One Odia

Odia News Portal

ଯାଜପୁର: ମୁଁ ଚାଉଳ ଦେବିନି ମୋର କଣ କରିବା କଥା କର। ଏଭଳି ଦବଙ୍ଗଗିରି ଦେଖାଉଥିବା ବାବୁ ଜଣକ ହେଉଛନ୍ତି ପିଇଓ ରମାକାନ୍ତ ତ୍ରିପାଠୀ। ଏ ହେଉଛି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ଗଜେନ୍ଦ୍ରପୁରର ଘଟଣା। ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହେଉଛି। ବନ୍ୟା ଜଳରେ ୮ ଦିନରୁ ଉର୍ଦ୍ଧ ବନ୍ଦୀ ଥିବା ପରିବାରକୁ ଭିଏଲଡବ୍ଲୁ ଉମାକାନ୍ତ ତ୍ରିପାଠୀଙ୍କର ଏମିତି ବ୍ୟବହାରର ଟ୍ରେଲର। ଯଦି ଟ୍ରେଲର ଏମିତି ତାହେଲେ ପୁରା ଫିଲ୍ମଟା କେମିତି….ପୁରା ଘଟଣା ପଢନ୍ତୁ…
ବନ୍ୟା ପୀଡିତା ଲୋକଙ୍କ ପାଇଁ ଆସିଛି ଚାଉଳ। ହେଲେ କୁଆଡେ କା ଭା ଲୋକଙ୍କୁ ମିଳିଛି। ଯେଉଁମାନେ ପାଇ ନାହାନ୍ତି ସେମାନଙ୍କୁ ପିଇଓ ଏମିତି ଉତ୍ତର ଦେଇଛନ୍ତି। ପିଇଓ କହିବେ କି ଏ ଚାଉଳ କାହା ପାଇଁ ଆସିଛି। କିଏ ପାଇବ ଏହି ସରକାରୀ ସହାୟତା। ଆପଣଙ୍କର ଏହି ମନମାନୀ କେତେ ଦୂର ଠିକ। ବନ୍ୟା ପୀଡିତଙ୍କ ହକ ଛଡେଇବାକୁ ଅଧିକାର ଆସିଲା କେଉଁଠୁ। କାହା ଇଙ୍ଗିତରେ ଆପଣଙ୍କର ଏ ଦବଙ୍ଗଗିରି। ସେପଟେ ବିଧାୟକ ଅମର ଶତପଥୀ କହୁଛନ୍ତି କି ସେ ଯାଜପୁରବାସିଙ୍କ ସୁଖ ଓ ଦୁଃଖରେ ଅଛନ୍ତି। ହେଲେ ରମାକାନ୍ତ ତ୍ରିପାଠୀଙ୍କ ଏହି ଦୃଶ୍ୟ ସବୁ ଓଲଟ ପାଲଟ କରିଦେଇଛି ବୋଲି ସାଧାରଣରେ ଦାବି ହେଉଛି। ତେବେ ଏହି ଘଟଣାର ପୁଙ୍ଖନୁପୁଙ୍ଖ ଯାଞ୍ଚ ହେଉ ଏବଂ ପିଇଓ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ତେବେ ଚାଉଳ ଆସିଥିଲା କେତେ, କିଏ କିଏ ପାଇଲେ ଚାଉଳ, ଆଉ ଚାଉଳ ଗଲା କୁଆଡେ।

Leave a Reply

Your email address will not be published. Required fields are marked *