ରାସ୍ତା କାଦୁଅମୟ: ଆମ୍ବୁଲାନ୍ସରେ ପ୍ରସବ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଅନ୍ତର୍ଗତ ସିଉନାଗୁଡ଼ା ଗାଁ ନିକଟ ଦିଗରୀସାହିକୁ ଯୋଗାଯୋଗ ପାଇଁ ପକ୍କା ରାସ୍ତାଟିଏ ନାହିଁ। ପ୍ରବଳ ବର୍ଷାରେ ଗାଁର ମାଟି ରାସ୍ତାଟି ସମ୍ପୂର୍ଣ୍ଣ କାଦୁଅମୟ ହୋଇପଡ଼ିଥିବା ଯୋଗୁଁ ଗାଁର ଜଣେ ଗର୍ଭବତୀକୁ ନେବାପାଇଁ ଆସିଥିବା ଆମ୍ବୁଲାନ୍ସ ଗାଁ ମଧ୍ୟକୁ ପ୍ରବେଶ କରିପାରିନଥିଲା। ଫଳରେ ପ୍ରସବ ବେଦନାରେ ଛଟପଟ ହେଉଥିବା ଗର୍ଭବତୀ ଜଣକ ପ୍ରାୟ ୭ ସହ ମିଟର ଚାଲିଚାଲି ଆମ୍ବୁଲାନ୍ସ ନିକଟରେ ପହଞ୍ଚିଥିଲେ। ଆଉ ଦୁଇ କିମି ଅତିକ୍ରମ କଲା ପରେ ଆମ୍ବୁଲାନ୍ସ ନିକଟରେ ପହଞ୍ଚିଥିଲେ। ଆଉ ସେହି ଆମ୍ବୁଲାସରେ ହିଁ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ସୂଚନା ଅନୁସାରେ ଦିଶାରୀ ସାହିର ଜଗଦୀଶ ଭାତରଙ୍କ ସ୍ତ୍ରୀ ଚନ୍ଦ୍ରାଙ୍କୁ ପ୍ରସବ ବେଦନା ହୋଇଥିଲା। ରାସ୍ତା କାଦୁଅମୟ ହୋଇପଡିଥିବାରୁ ଆମ୍ବୁଲାନ୍ସ ଡକାଯାଇଥିଲା। ମାତ୍ର ବର୍ଷାରେ ଗାଁ ରାସ୍ତା କାଦୁଅମୟ ହୋଇପଡିଥିବାରୁ ଆମ୍ବୁଲାନ୍ସ ଯାଇପାରିନଥିଲା। ବହୁ କଷ୍ଟରେ ଗର୍ଭବତୀଙ୍କୁ କାଦୁଅପଚ ପଛ ରାସ୍ତାରେ ଚାଲିଚାଲି ଆମ୍ବୁଲାନ୍ସ ପାଖକୁ ଆସିବାକୁ ପଡିଥିଲା।