ବେଆଇନ ଭାବେ ଚାଲିଛି ପଥର ଖନନ: ପ୍ରଶାସନ ନିରବ
1 min read
ନବରଙ୍ଗପୁର(ରବିନାରାୟଣ ମହାନ୍ତି): ନବରଙ୍ଗପୁର ଜିଲ୍ଲା ଡାବୁଗାଁ ତହସିଲ ଅନ୍ତର୍ଗତ ଘୋଡାଖୁଣ୍ଟା ପଂଚାୟତର ଗ୍ରାମ୍ୟ ଜଙ୍ଗଲ ନିକଟରେ ଥିବା ପାହାଡ଼ଟି ଯାହାର ପ୍ରଶାସନ ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ନିଲାମ ହୋଇ ନଥିବା ସତ୍ତ୍ୱେ ସେଠାରେ ବେଆଇନ ଭାବେ ପାହାଡ଼ ଖନନ କରି ଦିନକୁ ଦିନ ଟ୍ରାକ୍ଟର ଯୋଗେ ପଥର ଚାଲାଣ ଚାଲିଛି। ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରୁ ପ୍ରାୟ ୫୦ ମିଟର ଦୂରରେ ଚାଲିଛି ବେଆଇନ ପଥର ଖନନ କିନ୍ତୁ ପ୍ରଶାସନ ପକ୍ଷରୁ କୌଣସି ପ୍ରକାର କାର୍ଯାନୁଷ୍ଠାନ କରା ନଯିବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗତକାଲି ମଧ୍ୟ ଘୋଡାଖୁଣ୍ଟ ସରପଞ୍ଚଙ୍କ ଟ୍ରାକ୍ଟର (OD 24f 5295 )ରେ ପଥର ଚାଲାଣ ହେଉଥିବା ଦେଖିବାକୁ ମିଳିଥିଲା। ଘୋଡାଖୁଣ୍ଟା ପଂଚାୟତର କିଛି ମୁଷ୍ଟି ମେୟ ବ୍ୟକ୍ତି ଏହି କାମରେ ସକ୍ରିୟ ହୋଇ ଉଠିଥିବା ଦେଖାଯାଉଛି। ଯାହାଦ୍ୱାରା ସରକାରଙ୍କ ଅନେକ ରାଜସ୍ବ ହାନି ଘଟୁଛି। ଏହାକୁ ଯଥାଶୀଘ୍ର ବନ୍ଦ କରା ନଗଲେ ଆଗାମୀ ଦିନରେ ସରକାରଙ୍କ ବ୍ୟାପକ ରାଜସ୍ବ ହାନି ଘଟିବା ଆସଙ୍କା ରହିଛି। ରାଜସ୍ୱ ଅଧିକାରୀ ଏବଂ କିଛି ମୁଷ୍ଟି ମେୟ ବ୍ୟକ୍ତିଙ୍କ ସଲା ସୁତରାରେ ସବୁ କାମ ଚାଲୁଥିବାର ଆଶଙ୍କା କରୁଛନ୍ତି ସ୍ଥାନୀୟ ବାସିନ୍ଦା ମାନେ। ଏବିଷୟରେ ଜାଣିବା ପାଇଁ ଘୋଡାଖୁଣ୍ଟା ରାଜସ୍ବ ନିରୀକ୍ଷକ ସୁବ୍ରତ ମିସ୍ତ୍ରୀଙ୍କ ସହିତ ବାରମ୍ବାର ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିବା ପରେ ଯୋଗାଯୋଗ ହୋଇ ପାରି ନାହିଁ। ଏ ସମ୍ବନ୍ଧରେ କୌଣସି ଖବର ଡାବୁଗାଁ ତହସିଲଦାରଙ୍କ ପାଖରେ ନଥିବା ବିଶେଷ ସୂତ୍ରରୁ ଜଣା ପଡ଼ିଛି। ତେଣୁ ଅଞ୍ଚଳବାସୀ ତଦନ୍ତ କରିବା ପାଇଁ ଏବଂ ଜିଲ୍ଲା ପାଳ ଙ୍କୁ ଜଣାଇବା ପାଇଁ ନିଷ୍ପତ୍ତି ନେଇଥିବା ମତବ୍ୟକ୍ତ କରିଛନ୍ତି।