September 26, 2023

Times One Odia

Odia News Portal

ପୁଣି ଏକ ଲଘୁଚାପ

1 min read

ଭୁବନେଶ୍ୱର: ମିଆଁମାର ଉପକୂଳବର୍ତ୍ତୀ ବଙ୍ଗୋପସାଗରର ପୂର୍ବ-କେନ୍ଦ୍ରୀୟ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ସମୁଦ୍ର ପତ୍ତନଠାରୁ ଏହା ୪.୫ କିଲୋମିଟର ଉଚ୍ଚତାରେ ବ୍ୟାପୀ ରହିବା ସହ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ବାଂଲାଦେଶ ଉପକୂଳ ଆଡକୁ ଗତି କରିବାର ସମ୍ଭାବନା ରହିଛି। ଏହି ଲଘୁଚାପ କ୍ଷେତ୍ର ସହ ବାଂଲାଦେଶ ପର୍ଯ୍ୟନ୍ତ ଥିବା ଏକ ଘୂର୍ଣ୍ଣିବଳୟ ଟ୍ରଫ୍‌ ଲାଇନ୍‌ ସକ୍ରିୟ ରହିଛି।

ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ନାହିଁ। କିନ୍ତୁ ନଭେମ୍ବର ୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର କେତେକ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତର ସମ୍ଭାବନା ରହିଛି। ଏନେଇ ଶନିବାର ଅପରାହ୍ଣରେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ବୁଲେଟିନରେ ସୂଚନା ଦିଆଯାଇଛି।

ନଭେମ୍ବର ପହିଲାରୁ ୨ ତାରିଖ ମଧ୍ୟରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକା ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି। ଓଡ଼ିଶାର ବାକି ଜିଲ୍ଲାରେ ପାଗ ଶୁଖିଲା ହେବାର ସମ୍ଭାବନା ରହିଛି।

ନଭେମ୍ବର ୨ରୁ ୩ ତାରିଖ ମଧ୍ୟରେ ଜଗତସିଂହପୁର, ପୁରୀ, ଗଞ୍ଜାମ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକା ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି। ନଭେମ୍ବର ୩ରୁ ୪ ତାରିଖ ମଧ୍ୟରେ ପୁରୀ, ଗଞ୍ଜାମ, ଗଜପତି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକା ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *