କୁକୁର ଭୁକିବାକୁ ନେଇ ବଚସା: ଚାଲିଗଲା ନିରୀହ ଜୀବନ

ସାଲେପୁର(ଜ୍ୟୋସ୍ନା ରାଣୀ ସିଂହ): କୁକୁର ଭୁକିବାକୁ ନେଇ ବଚସା। ଆଉ ବଚ୍ଚସାରୁ ଛାଲିଗଲା ଜୀବନ। ତାହା ପୁଣି ହସୁଆଁ ଚୋଟରେ। ସାମାନ୍ୟ କୁକୁର ଭୁକାକୁ ନେଇ ହୋଇଥିଲା ପାଟିତୁଣ୍ଡ। ଏଥିରେ ଉତକ୍ଷିପ୍ତ ହୋଇ କୁକୁରର ମାଲିକର ହସୁଆଁ ଚୋଟରେ ଚାଲିଗଲା ଏକ ନୀରିହ ଲୋକର ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା କିଶନ ନଗର ଥାନା ବିଶ୍ୱାଳପଡା ଗାଁରେ। ମୃତକ ହେଲେ ବିଶ୍ୱାଳପଡା ଗ୍ରାମର ଉମେସ ଭୋଇ। ବୟସ ୫୦। ସବୁଦିନ ପରି ଉମେଶ ରାତିରେ ବଜାରରୁ ଘରକୁ ଫେରୁଥିଲେ। ହେଲେ ଏହି ରାତି ତାଙ୍କ ପାଇଁ ଶେଷ ରାତି ହେବ ଜାଣିନଥିଲେ ଉମେଶ। ହେଲେ ସେ ସବୁଦିନ ପରି ରାତିରେ ଚାଲିଚାଲି ଘରକୁ ଫେରୁଥିଲା ବେଳେ ତାଙ୍କ ପଡ଼ୋଶୀ ଘରର କୁକୁର ଉମେଶକୁ ଦେଖି ଭୁକିବା ସହ ତାଙ୍କ ଉପରକୁ ଚଢିଯାଇଥିଲା କାମୁଡ଼ିବା ପାଇଁ।
ଉମେଶ ଯୋରରେ ପଟି କରିବାରୁ କୁକୁର ର ମାଲିକ ରାଜା ଭୋଇ ଓରଫ ଡାଙ୍ଗୁଆ ଏକ ହସୁଆଁ ଧରି କିଛି କହିବା ପୂର୍ବରୁ ଉମେଶକୁ ଅତର୍କିତ ଆକ୍ରମଣ କରିଥିଲା। ଘଟଣା ସ୍ଥଳରେ ଉମେଶ ଗୁରୁତର ହୋଇପଡିଥିଲା। ସଂଗେ ସଂଗେ ଉମେଶକୁ ପରିବାର ଲୋକେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ ସେଠାରେ ଅଵସ୍ଥା ଗୁରୁତର ହେବାରୁ ତାଙ୍କୁ ଜଗସିଂହପୁର ମେଡିକାଲକୁ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅଵସ୍ଥା ରେ ତାଙ୍କର ମୃତ୍ୟୁ ହୋଇଥିଲା।ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ କରିବା ସହ ରାଜା ଭୋଇ କୁ ଥାନାରେ ଅଟକ ରଖି ପଚରାଉଚରା କରିଛି। ହତ୍ୟାକାଣ୍ଡ ରେ ବ୍ୟବହାର କରିଥିବା ହସୁଆଁକୁ ପୋଲିସ ଜବତ କରିଛି।
ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି। ଏପଟେ ପାରିବାର ଏକମାତ୍ର ରୋଜଗାରିଆ ସ୍ୱାମୀ କୁ ହରାଇ ପରିବାର ଲୋକେ ଭାଙ୍ଗି ପଡିଥିବା ବେଳେ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି। ଏପଟେ ରାଜା ଭୋଇ ଉମେଶ କୁ ଗୋଡ଼ାଇ ଗୋଡ଼ାଇ ହାଣିବା କଥା ପ୍ରତ୍ୟକ୍ଷ ଦର୍ଶୀ କହିଛନ୍ତି।