September 27, 2023

Times One Odia

Odia News Portal

oldman in nabarangpur

oldman in nabarangpur

ନବରଙ୍ଗପୁର: କରୁଣ ଆଖି ହାତ ଥରୁଛି। ପାଦରେ ଠିଆ ହେବାକୁ ବଳ ନାହିଁ। ବୟସ ୭୦ ପାର୍ ହୋଇଗଲାଣି। ଏମିତି ଦୟନୀୟ ଅବସ୍ଥାରେ ଦୋକାନ ବାରଣ୍ତାରେ ପଡିରହିଛନ୍ତି ଏହି ବୃଦ୍ଧ ଜଣକ। ସେ ବାରଣ୍ଡାରେ ଶିତକାକର ବର୍ଷା ଛିଟିକି ପଡୁଛି। ପୁଣି ସେଠାରେ ସରୀସୃପ। ଦୋକାନ ଭାରଣ୍ତାରେ ପଡି ରହିଲେ ବି ପଡୁ ନି ପ୍ରଶାସନଙ୍କ ନଜର। ଓଳିଏ ଖାଇଲେ ଆରଓଳିକୁ ପେଟକୁ ଓଦା କଣା ଦେଇ ଶୋଇଯାହାନ୍ତି ଏହି ବୃଦ୍ଧା ଜଣକ। ଆଖିର ଲୁହକୁ ପିଇ ସରକାରୀଙ୍କ ବ୍ୟବସ୍ଥାକୁ ଅପେକ୍ଷା କରି ଚାହିଁ ରହିଛି। କାଳେ କିଏ ଆସିବେ ଉଦ୍ଧାରକାରୀ। ଏହି ବେସାରା ବୃଦ୍ଧାଙ୍କ ବିଷୟରେ ଦୁଃଖଦ କାହାଣୀ ଶୁଣିଲେ ଆପଣଙ୍କ ଆଖିରୁ ଲୁହ ଓଦା ହୋଇଯିବ।

ନବରଙ୍ଗପୁର ଜିଲ୍ଲା ସୀମାନ୍ତ ବର୍ତ୍ତି ରାଇଘର ବ୍ଲକ ସଦର ମହକୁମା ବିଦ୍ୟୁତ କାର୍ଯ୍ୟଳୟ ପାଖର ଦୋକାନର ବାରଣ୍ତାର।
ତାଙ୍କ ନାମ ଗୁରୁବାରୁ କୁମ୍ଭାର ନିଜ ଘର ନନ୍ଦାହାଣ୍ଡି ବ୍ଲକ ସାଗରମୁଣ୍ଡା ଘର। ଗୁରୁବାରୁ କୁମ୍ଭାର ରାଇଘର ବ୍ଲକ କୁମ୍ଭାରପାରା ଗ୍ରାମରେ ୪୦ବର୍ଷ ହେଲା ପରିବାରଙ୍କ ସହିତ ଭଡ଼ାଘରେ ରହି ଆସୁଥିଲେ। କିନ୍ତୁ କିଛି ବର୍ଷ ପରେ ତାଙ୍କ ସ୍ତ୍ରୀ ପୁଅଝିଅ ଅକାଳ ମୃତ୍ୟୁରେ ଆରପାରିକୁ ଚାଲିଗଲେ। ଏକା ହୋଇ ଗଲେ ଗୁରୁବାରୁ। ଏହି ବୃଦ୍ଧା ବୟସରେ ଭଡ଼ାଘର ଛାଡି ତାଙ୍କ ବଡ଼ଭାଇଙ୍କ ପୁଅ ପାଖକୁ ଚାଲିଗଲେ କିଛି ଦିନ ମୋର ଜୀବନ ବଞ୍ଚି ଯିବ କିନ୍ତୁ ତାହା ହେଲା ଓଲଟା। ତାଙ୍କୁ ମାରପିଟ୍ କରି ଖାଦ୍ୟରେ କିରାସିନି ମିଶାଇ ଖାଇବାକୁ ଦେଉଥିଲେ। ଏହିପରି ଦୁଃଖକଷ୍ଟ ସହି ନ ପାରି ପୁଣି ଜୀବନ ବଞ୍ଚାଇବାକୁ ରାଇଘରକୁ ଫେରି ଆସି ଦୋକାନ ବାରଣ୍ତାରେ ରହୁଛନ୍ତି। କେବେ ଖାଇବାକୁ ମିଳିଲେ ଖାଉଛି ନହେଲେ ପୁଅଝିଅ ସ୍ତ୍ରୀଙ୍କୁ ମନେ ପକାଇ ନିଜ ଭୋକ ମେଣ୍ଟାଉଛି। ଏହି ବୃଦ୍ଧା ବୟସରେ କରିବ କଣ କିଏ ନେବ ତାଙ୍କର ଯତ୍ନ ? ଖାଲି ପ୍ରଶାସନ ତରଫରୁ ବାର୍ଦ୍ଧକ୍ୟ ଭତ୍ତା ହିଁ ମିଳୁଛି। ଯଦି ପ୍ରଶାସନ ଏହି ବୃଦ୍ଧାକୁ କୈଣସି ବୃଦ୍ଧା ଆଶ୍ରମରେ ଥଇସ୍ଥାନ ହୁଅନ୍ତେ ତା ବୃଦ୍ଧାଙ୍କ ଜୀବନ ବଂଚି ଯାଆନ୍ତା ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *