September 26, 2023

Times One Odia

Odia News Portal

ଆସନ୍ତାକାଲିଠୁ ବାରବାଟୀରେ ଆରମ୍ଭ ହେବ ଓସିଏଲ୍

କଟକ(ଗୁରୁଦତ୍ତ ମହାନ୍ତି): ଆସନ୍ତା କାଲିଠୁ ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହେବ ବହୁ ପ୍ରତୀକ୍ଷିତ ଓଡ଼ିଶା କ୍ରିକେଟ୍ ଲିଗ୍ ବା ଓସିଏଲ୍ । ଏହି ମହାଇଭେଣ୍ଟରେ ଅଂଶଗ୍ରହଣ କରୁଛନ୍ତି ୬ଟି ଟିମ୍। ୨୦ ଓଭର ବିଶିଷ୍ଟ ହେବ ପ୍ରତ୍ୟେକ ଟି ମ୍ୟାଚ। ପ୍ରତିଯୋଗିତାରେ ମୋଟ ୯୩ ଜଣ ଖେଳାଳୀ ଭାଗ ନେବେ। ଜାନୁଆରି ୧୪ ତାରିଖ ଯାଏଁ ଚାଲିବ ଏହି ମ୍ୟାଚ। ବିନା ଦର୍ଶକରେ କୋଭିଡ ନିୟମ ଭିତରେ ସମସ୍ତ ମ୍ୟାଚ ଖେଳାଯିବ। କୋଭିଡ ଯୋଗୁ ପଡିଆ ଭିତରକୁ ଦର୍ଶକକଙ୍କୁ ପ୍ରବେଶ ନ ଥିବାରୁ ଫ୍ୟାନ୍‌ କୋର୍ଡ ଆପ୍‌ରେ ଅନ୍‌ଲାଇନରେ ଖେଳ ଦେଖିପାରିବେ ବୋଲି ଓସିଏ ସମ୍ମିଳନୀ କକ୍ଷରେ ଆୟୋଜିତ ପ୍ରେସମିଟ୍ ରେ ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା ।

Leave a Reply

Your email address will not be published. Required fields are marked *