September 21, 2023

Times One Odia

Odia News Portal

ନାସା ଯିବେ ୧୦ ଓଡ଼ିଆ ଛାତ୍ରଛାତ୍ରୀ

1 min read

ମହାକାଶ ବିଜ୍ଞାନରେ ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟର ୧୦ ଜଣିଆ ଟିମ ନାସା ରୋଭର ଚାଲେଞ୍ଜ-୨୦୨୧ରେ ଅଂଶଗ୍ରହଣ କରିବେ । ନାସାରେ ଭାରତ ପାଇଁ ଏହି ୧୦ ଜଣିଆ ଟିମ ପ୍ରତିନିଧିତ୍ୱ କରିବେ । ପ୍ରଥମ ଥର ପାଇଁ ଦେଶରେ ସ୍କୁଲପିଲାଙ୍କୁ ନେଇ ଏହି ଟିମ ଚୟନ କରାଯାଇଛି । ରାଜ୍ୟର ବଛାବଛା ୧୦ ଜଣ ସ୍କୁଲ ପିଲାଙ୍କୁ ନେଇ ଏହି ଟିମ ଗଠନ କରାଯାଇଛି ।
୨୦୨୧ ଏପ୍ରିଲ ମାସରେ ନାସା ରୋଭର ଚାଲେଞ୍ଜ ପ୍ରତିଯୋଗିତା ହେବ । ବିଶ୍ୱର ବିଭିନ୍ନ ଦେଶରୁ ଆସିଥିବା ଅନେକ ଟିମ ଏଥିରେ ଭାଗ ନେବେ । ଓଡ଼ିଶାରୁ ନବୋନ୍ମେଷ ପ୍ରସାର ଫାଉଣ୍ଡେସନ ପକ୍ଷରୁ ଏହି ଟିମ୍ ଗଠନ କରାଯାଇଛି । ଟିମରେ ସ୍କୁଲ ପିଲାଙ୍କ ବ୍ୟତୀତ ଆଇଟିଆଇର ଛାତ୍ରଛାତ୍ରୀମାନେ ମଧ୍ୟ ଅଛନ୍ତି। ଚାଲେଞ୍ଜରେ ଟିମ ଏକ ହ୍ୟୁମାନ ରୋଭର ପ୍ରସ୍ତୁତ କରିବେ। ମଙ୍ଗଳ ପୃଷ୍ଠରେ ଚାଲିପାରିବା ଭଳି ରୋଭର ପ୍ରସ୍ତୁତ କରିବେ ସ୍କୁଲ ଛାତ୍ରଛାତ୍ରୀ।

Leave a Reply

Your email address will not be published. Required fields are marked *