ଏଥର ହେବନି କଟକର ଐତିହାସିକ ବାଲିଯାତ୍ରା

ଭୁବନେଶ୍ୱର: ଚଳିତବର୍ଷ କଟକରେ ପ୍ରସିଦ୍ଧ ବାଲିଯାତ୍ରା ହେବନାହିଁ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି ସୂଚନା ଦେଇଛନ୍ତି।
କଟକରେ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି। ଯଦି ବାଲିଯାତ୍ରା ହୁଏ ତେବେ ଜନଗହଳି ହେବ। ଏଭଳି ସ୍ଥିତିରେ କରୋନା ସଂକ୍ରମଣ ଆହୁରି ବଢ଼ିଯିବ। ତେଣୁ ଚଳିତବର୍ଷ ବାଲିଯାତ୍ରା ସମ୍ଭବ ହୋଇନପାରେ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏଥିସହ ସାମୂହିକ ବୋଇତ ବନ୍ଦାଣ ଉପରେ ମଧ୍ୟ କଟକଣା ଲଗାଯାଇଛି।
ତେବେ ଏନେଇ ସମସ୍ତ ତଥ୍ୟ ସରକାରଙ୍କୁ ଦିଆଯିବ। ନଭେମ୍ବର ମାସର କୋଭିଡ୍ ଗାଇଡ୍ଲାଇନ୍ ଆସିବା ପରେ ସରକାରୀ ସ୍ତରରେ ଏନେଇ ନିଷ୍ପତ୍ତି ହେବ ବୋଲି ଜିଲ୍ଲାପାଳ କହିଛନ୍ତି।