September 28, 2023

Times One Odia

Odia News Portal

ନିଖୋଜ ନାବାଳିକାର ପତ୍ତା ମିଳୁନି

ସାଲେପୁର(ଜ୍ୟୋସ୍ନା ରାଣୀ ସିଂହ): ନିଖୋଜ ନାବାଳିକାର ପତ୍ତା ମିଳୁନି । ଝିଅକୁ କେହି ଅପହରଣ କରି ନେଇଥିବା ସନ୍ଦେହରେ ପରିବାର ଲୋକ ଥାନା ରେ କଲେ ଅଭିଯୋଗ । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ଥାନା ଅଚଂଳରେ । ସୂଚନା ଥାଉକି ଗତ ନଭେମ୍ବର ମାସ ୨୦ ତାରିଖରେ ସାଲେପୁର ଅଂଚଳର ସୁଦର୍ଶନ ସାହୁଙ୍କ ୧୭ ବର୍ଷୀୟ ଝିଅ ହଠାତ୍ କେଉଁଆଡେ ନିଖୋଜ ହୋଇଯାଇଥିଲା । ବହୁ ଖୋଜାଖୋଜି କରିବା ପରେ ମଧ୍ୟ ଝିଅର ସନ୍ଧାନ ନ ମିଳିବାରୁ ପରିବାର ଲୋକ ସାଲେପୁର ଥାନାର ଲିଖିତ ଅଭିଯୋଗ କରିଛନ୍ତି। ବାପମା ଝିଅର ନିଖୋଜ ହେବା ପାରେ ଦୁଃଖ ରେ ଭାଙ୍ଗି ପଡିଛନ୍ତି। ପାଖାପାଖି ୧ମାସ ହୋଇଯିବ ଝିଅର ନିଖୋଜକୁ।

ଏନେଇ କାଳେ କିଏ ଝିଅକୁ ମରିଦେଇଥିବ ସନ୍ଦେହରେ ବାପମା ଚିନ୍ତରେ। କାହା ଚାପରେ ପୋଲିସ ଚୁପଚାପ ହୋଇ ବସିଛି ଏନେଇ ଝିଅର ବାପମା ପୋଲିସ ର କାଯ୍ୟଦକ୍ଷତା କୁ ନେଇ ପ୍ରଶ୍ନ ଉଠାଇଛନ୍ତି।ପୋଲିସ ପାଖାପାଖି ମାସେ ହେବ ଅଭିଯୋଗ ପାଇବାପରେ ଚୁପଚାପ ହୋଇ ବସିଥିବା ର ଅଭିଯୋଗ ଆଣିଛନ୍ତି ବାପମା। ଏପଟେ ଅଭିଯୋଗ ପରେ ପୋଲିସ ପୋଲିସ ତଦନ୍ତ କରି ଅଭିଯୁକ୍ତ ର ମୋବାଇଲ ଟ୍ରାକିଂ କରୁଥିବା ବେଳେ ଅଭିଯୁକ୍ତ ବାରମ୍ବାର ସ୍ଥାନ ସହ ମୋବାଇଲ ନମ୍ବର ବଦଳାଉଥିବା କଲ ଟ୍ରାକିଙ୍ଗରୁ ଜଣାପଡୁଛି ବୋଲି ସୂଚନା ଦେଇଛନ୍ତି ପୋଲିସ। ଖୁବ ଶୀଘ୍ର ଅଭିଯୁକ୍ତର ସନ୍ଧାନ ମିଳିବାସହ ନାବାଳିକାକୁ ଉଦ୍ଧାର କରିବ ବୋଲି ପୋଲିସ ସୂଚନା ଦେଇଛି।

Leave a Reply

Your email address will not be published. Required fields are marked *