September 21, 2023

Times One Odia

Odia News Portal

ଗ୍ରାମୀଣ ଆତ୍ମ ନିଯୁକ୍ତି ତାମିଲ ଶିବିର ଅନୁଷ୍ଠିତ

ରାଇକିଆ(ରଜତ କୁମାର ନାୟକ): କନ୍ଧମାଳ ଜିଲ୍ଲା ରାଇକିଆ ପ୍ରକଳ୍ପ ଉପ୍ରା ସରକାରୀ ବିଦ୍ୟାଳୟରେ ଶନିବାର ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଗ୍ରାମୀଣ ଆତ୍ମ ନିଯୁକ୍ତି ଶିକ୍ଷା କେନ୍ଦ୍ର ପକ୍ଷରୁ ଏକ ତାମିଲ ଶିବିର ଅନୁଷ୍ଠିତ ହୋଇ ଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ରାଇକିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରବିଣ କୁମାର ବାଣୁଆ ଏବଂ ଛତୁ ଉତ୍ପାଦନ କେନ୍ଦ୍ରର ନିର୍ଦ୍ଦେଶକ ଚନ୍ଦ୍ରଶେଖର ପ୍ରଧାନ ଯୋଗଦେଇ ଥିଲେ।

ଏହି ଛତୁ ତାମିଲ ଶିବିରରେ ବ୍ଲକ୍ ର ବିଭିନ୍ନ ପଞ୍ଚାୟତରୁ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀରୁ ୨୫ ଜଣ ମହିଳା ସଦସ୍ୟ ଯୋଗଦେଇ ଥିଲେ। ଶିବିରରେ ଛତୁ ଚାଷ ସମ୍ଵନ୍ଧରେ ତାମିଲ ପ୍ରଦାନ କରାଯାଇଥିଲା। ଏହି ଚାଷ ଯୋଗୁଁ କିପରି ନିଜର ଦକ୍ଷତା ବୃଦ୍ଧି କରିବା ସ଼ହ ଆତ୍ମ ନିର୍ଭରଶୀଳ ହୋଇ ଆର୍ଥିକ ଅବସ୍ଥାକୁ ସ୍ବଛଳ କରିବା ଦିଗରେ ସାହାଯ୍ୟ କରିପାରିବେ ସେ ସମ୍ପର୍କରେ ଅତିଥିଙ୍କ ଦ୍ବାରା ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟ କ୍ରମକୁ ପନୁୟେଲ୍ ଦିଗାଳ ପରିଚାଳନାରେ ବବି ପ୍ରଧାନ ସହୋଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *