September 26, 2023

Times One Odia

Odia News Portal

ବେଙ୍ଗାଲୁରୁ ଦଙ୍ଗା: ୪୩ ଠିକଣାରେ ଏନଆଇଏର ଚଢାଉ

ବେଙ୍ଗାଲୁରୁ: ବେଙ୍ଗାଲୁରୁ ଦଙ୍ଗା ମାମଲାରେ କୁଆଡେ ଲମ୍ବିଛି ଚେର । ଏହାକୁ ଖୋଜି ବାହାର କରିବାକୁ ଛାନଭିନ୍ ଜୋରଦାର କରିଛି ଜାତୀୟ ତଦନ୍ତକାରୀ ସଂସ୍ଥାନ ଏନ ଆଇଏ । ଏହି କ୍ରମରେ ବୁଧବାର ସାରା ଦେଶରେ ବଡଧରଣର ଚଢାଉ ହୋଇଥିଲା । ବେଙ୍ଗାଲୁରୁର ପ୍ରାୟ ୪୩ ଟି ଠିକଣାରେ ଚଢାଉ କରିଥିଲା ଏନ ଆଇଏ ଟିମ୍ । ଏହା ମଧ୍ୟରେ ପ୍ରମୁଖ ଥିଲା ପିଏଫ୍ଆଇର ରାଜନୈତିକ ଶାଖା ସୋସିଆଲ ଡେମୋକ୍ରାଟିକ୍ ପାର୍ଟି ଅଫ୍ ଇଣ୍ଡିଆ ବା ଏସଡିଏଫ୍ଆଇ । ଗତ ଅଗଷ୍ଟ ମାସରେ ବେଙ୍ଗାଲୁରୁରେ ଘଟିଥିବା ଦଙ୍ଗାରେ ଡିଜେ ହାଲି ଓ କାଜି ହାଲି ପୋଲିସ ଷ୍ଟେସନକୁ ଜାଳି ଦେଇଥିଲେ ଦଙ୍ଗାକାରୀ ।

ଏହି ଘଟଣାରେ ସଂପୃକ୍ତି ସଂଦେହରେ ବେଙ୍ଗାଲୁରୁରେ ଥିବା ସୋସିଆଲ ଡେମୋକ୍ରାଟିକ୍ ପାର୍ଟି ଅଫ୍ ଇଣ୍ଡିଆର ୪ଟି ସ୍ଥାନରେ ଅଫିସରେ ଚଢାଉ କରିଛି । କାଗଜପତ୍ର ଯାଞ୍ଚ ସହିତ କିଛି ସାମଗ୍ରୀ ବି ଜବତ କରିଛି । ବର୍ତ୍ତମାନ ସୁଦ୍ଧା ଡିଜେ ହାଲି ଥାନା ପୋଡି ଘଟଣାରେ ୧୨୪ ଜଣ ଏବଂ କାଜି ହାଲି ଥାନା ପୋଡି ଘଟଣାରେ ୧୬୯ ଜଣଙ୍କୁ ଗିରଫ କଲାଣି ପୋଲିସ । ଏହି ଘଟଣା ପଛରେ ନିସିଦ୍ଧ ସଂଗଠନ ପିଏଫ୍ଆଇର ସଂପୃକ୍ତି ସାମ୍ନାକୁ ଆସିଥିବାରୁ ମାମଲାର ଗମ୍ଭୀରତା ବଢି ଯାଇଛି ।

Leave a Reply

Your email address will not be published. Required fields are marked *