September 28, 2023

Times One Odia

Odia News Portal

ଜଗତସିଂହପୁର: କର୍ତ୍ତବ୍ୟରେ ଅବହେଳା ଓ ଡ୍ୟୁଟି ସମୟରେ ମଦ୍ୟପାନ କରୁଥିବା ଅଭିଯୋଗରେ ଜଗତସିଂହପୁର ଜିଲ୍ଲା ନାଉଗାଁରେ କାର୍ଯ୍ୟରତ ସବ୍-ଇନସ୍ପେକ୍ଟର(ଏସଆଇ) ବିବେକାନନ୍ଦ ସାହୁଙ୍କୁ ନିଲମ୍ବନ କରାଯାଇଛି। ଏସଆଇଙ୍କ ହ୍ଵାଟ୍ସଆପ୍ ଅଡିଓ ଓ ଫଟୋ ଭାଇରାଲ ହୋଇଛି। ଜଗତସିଂହପୁର ଏସପି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଭାଇରାଲ ହେଉଥିବା ହ୍ଵାଟ୍ସଆପ ଅଡିଓରେ ସେ ଜଣେ ଚୋରା ମଦ ବେପାରୀଙ୍କ ସହ କଥା ହୋଇ ମଦ ଓ ମାଂସ ଆଣିବା ପାଇଁ କହୁଥିବା ଶୁଣିବାକୁ ମିଳୁଛି। ସେହିଭଳି ଅନ୍ୟଜଣଙ୍କୁ ଚିକେନ୍ ଆଣିବା ଲାଗି କହୁଥିବା ଶୁଣାଯାଉଛି।

Leave a Reply

Your email address will not be published. Required fields are marked *