September 26, 2023

Times One Odia

Odia News Portal

ଆଇପିଏଲ : ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଚମ ଥର ଚାମ୍ପିଅନ

ଦୁବାଇ: ଇଣ୍ଡିଆନ ପ୍ରିମିୟର ଲିଗରେ ରୋମାଞ୍ଚକର ମୁକାବିଲାରେ ଚାମ୍ପିଅନ ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ । ଦୁବାଇରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୫ ୱିକେଟରେ ହରାଇ ଚାମ୍ପିଅନ ହୋଇଛି ମୁମ୍ବାଇ ଟିମ୍ । ଏହାକୁ ମିଶାଇ ଆଇପିଏଲରେ ପଞ୍ଚମ ଥର ପାଇଁ ଟ୍ରଫି ଜିତିଛି ରୋହିତ ବ୍ରିଗେଡ ।

ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲସ୍ ୭ ୱିକେଟ ହରାଇ ୧୫୬ ରନ୍ ସ୍କୋର କରିଥିଲା । ଶୀର୍ଷ ୩ ବ୍ୟାଟସ୍ ମ୍ୟାନ୍ ଶିଖର, ଷ୍ଟ୍ରୋଇନସ୍ ଓ ରାହାଣେ ଶସ୍ତାରେ ଆଉଟ ହବାରୁ ଆରମ୍ଭରୁ ଚାପରେ ପଡିଥିଲା । ଇନିଂସ ସଂଭାଳିଥୀଲେ କ୍ୟାପଟେନ୍ ଶ୍ରେୟସ୍ ଆୟାର ଓ ରିସଭ୍ ପନ୍ତ । ଆୟାରଙ୍କ ଅପରାଜିତ ୬୫ ଓ ପନ୍ତଙ୍କ ୫୬ ରନର ଇନିଂସ ବଳରେ ଦିଲ୍ଲୀ ୨୦ ଓଭରରେ ୭ ୱିକେଟ ହରାଇ ୧୫୬ ରନ୍ କରିଥିଲା । ବୋଲ୍ଟ ୩ଟି , କୁଲଟର ନାଇଲ୍ ୨ଟି ଓ ଜୟନ୍ତ ଯାଦବ ଗୋଟିଏ ୱିକେଟ ଦଖଲ କରିଥିଲେ । ୧୫୭ ରନର ବିଜୟ ଲକ୍ଷ୍ୟକୁ ପିଛା କରି ମୁମ୍ବାଇ ଇଣ୍ଡିଆନ୍ସ ୧୮.୪ ଓଭରରେ ୫ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା । ରୋହିତ ଶର୍ମା ୬୮ , ଇଶାନ୍ତ କିଶନ ଅପରାଜିତ ୩୩ , ଡିକକ୍ ୨୦ , ସୂର୍ଯ୍ୟକୁମାର ଯାଦବ ୧୯ ରନ୍ କରିଥିଲେ । ଦିଲ୍ଲୀ ପକ୍ଷରୁ ନୋର୍ଖିଆ ୨ଟି, ରାବଡା ଓ ଷ୍ଟ୍ରୋଇନସ୍ ଗୋଟିଏ ଲେଖାଏଁ ୱିକେଟ ଦଖଲ କରିଥିଲେ ।

ଚଳିତ ବର୍ଷ ପ୍ରଥମ ଥର ପାଇଁ ଦିଲ୍ଲୀ କ୍ୟାପିଟାଲସ୍ ଫାଇନାଲରେ ପହଞ୍ଚିଥିଲେ ମଧ୍ୟ ଟ୍ରଫି ଅଳ୍ପକେ ହାତଛଡା କରିଛି । ୨୦୧୩, ୨୦୧୫, ୨୦୧୭, ୨୦୧୯ ପରେ ୨୦୨୦ ରେ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ ଚାମ୍ପିଅନ ହୋଇଛି ।

Leave a Reply

Your email address will not be published. Required fields are marked *