ପରିଣତ ବୟସରେ ଭେଣ୍ଡିଆ ପୁଅକୁ ପୋଷୁଛି ମା

ସାଲେପୁର(ଜ୍ୟୋସ୍ନା ରାଣୀ ସିଂହ): ଅସହାୟ ସମୟରେ ପୁଅଝିଅ ଦେଇଥାନ୍ତି ଆଶ୍ରୟ।ଆଉ ଅସହାୟ ସମୟରେ ସହାଭରସା ମଧ୍ୟ ହୋଇଥାନ୍ତି । ହେଲେ ଭେଣ୍ଡିଆ ପୁଅକୁ ପୋଷିବାକୁ ପଡୁଛି ମାକୁ ପରିଣତ ବୟସରେ । ମା ପୁଅକୁଏବେ ଆଉ ପୋଶିବାକୁ ସକ୍ଷମ ନାହିଁ।ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ବ୍ଲକ ସୌରୀ ପଂଚାୟତ ରେ।ସୌରୀ ପଂଚାୟତର ବିଧବା ବୃଦ୍ଧା ବିଦ୍ୟୁଲତା ମହାରଣା ଙ୍କ ପୁଅ ବୈକୁଣ୍ଠ ମହାରଣା। ଆଜକୁ ୧୦ ବର୍ଷ ହେବ ଭେଣ୍ଡିଆ ପୁଅ ବୈକୁଣ୍ଠ ମହାରଣା ମାନସିକ ବିକାରଗ୍ରସ୍ତ ହୋଇ କେଉଁଆଡ଼େ ହୋଇଯାଇଥିଲେ ଉଭାନ। ହେଲେ କରୋନା ମହାମରି ମା ପୁଅକୁ କରିଦେଇଛି ଏକାଠି। ହେଲେ ପୁଅର ମାନସିକ ବିକାରଗ୍ରସ୍ତ ଯୋଗୁ ଘରେ ସୋଇରହିଛି। ଏଭଳି ପରିସ୍ଥିତି ରେ ମା ଏବେ ନିଜ ବଂଚିବା ଚିନ୍ତା ଛାଡି କିଭଳି ପୁଅ ଭଲ ହେବ ଆଉ ପ୍ରତିପୋଷଣ କରିବ ସେ ନେଇପ୍ରଶାସନ ଆଉ ସହୃଦୟ ବ୍ୟକ୍ତି ଙ୍କୁ ଆକୁଳ ନିବେଦନ । ଯଦି ପ୍ରଶାସନ ଆଉ ସହୃଦୟ ବ୍ୟକ୍ତି ସହାୟତାର ହାତ ବଢ଼ାଇଲେ କୋଣସି ମତେ ପୁଅର ଜୀବନ ବଞ୍ଚି ଯାଆନ୍ତା।
କଟକ ଜିଲ୍ଲା ସାଲେପୁର ବ୍ଲକ ର ସୌରୀ ପଂଚାୟତ।ଆଉ ଏ ହେଉଛନ୍ତି ବୈକୁଣ୍ଠ ମହାରଣା। ବୟସ ପାଖାପାଖି୩୦। ଆଜକୁ ୧୦ବର୍ଷ ହେବ କୌଣସି କାରଣରୁ ମାନସିକ ବିକାରଗ୍ରସ୍ତ ହୋଇ ଘରୁ କୁଆଡେ ପଳାଇ ଯାଇଥିଲା। ହେଲେ କାରୋନା ମହାମାରୀ ସମୟରେ ପୁଅକୁ ପାଇଁ ମା ଖୁସି ହୋଇ ଯାଇଥିଲା। ହେଲେ ସବୁ କିଛି ଖୁସି ପୁଅର ଅଵସ୍ଥା କୁ ଦେଖି ପାଦତଳୁ ମାର ମାଟି ଖସି ପଡ଼ିଥିଲା। ଏହି ଅଧାପାଆନ୍ତରିଆ ପ୍ଲାଷ୍ଟର ହୋଇ ନଥିବା ବଖରାଏ ଘରେ ରୁହନ୍ତି ମା ଆଉ ମାନସିକ ବିକାରଗ୍ରସ୍ତ ପୁଅ। ଯେଉଁଠି ଖାଇବା ସେଇଠି ଶୋଇବାକୁ ପଡିଥାଏ ମାପୁଅକୁ। ସକାଳ ହେଲେ ମା କୁ ପେଟ ଚିନ୍ତା ଘାରିଥାଏ ।ପେଟରେ ଗଣ୍ଡାଏ ଦାନା ପଡ଼ିବାକୁ ବୃଦ୍ଧା ବିଧବା ମାକୁ ପଡିଥାଏ ବାର ଦ୍ୱାର। ଜୁକୁ ଜୁକୁ ମୁଦ୍ରିତ ଆଖିରେ ପୁଅ ଚାହିଁ ରହିଥାଏ ମା ର ଆସିବା ବାଟକୁ।ମା ଘରକୁ ଫେରିଲେ ପୁଅ ପେଟରେ ପଡିଥାଏ ଗଣ୍ଡାଏ ଦାନା। ଏଭଲି ପରିସ୍ଥିତି ରେ ପୁଅ ଭଲ ହେବା କଥା ବୃଦ୍ଧା ବିଧବା କଣ ଅବା ଚିନ୍ତା କରିବ। ପରିଣତ ବୃଦ୍ଧା ବିଧବା ମା କୁ ପୋଷିବା ପରିବର୍ତ୍ତେ ଭେଣ୍ଡିଆ ପୁଅ ଏବେ ମା ଉପରେ ନିର୍ଭର କରି ବଂଚିବାକୁ ପଡିଥାଏ। ଯେଉଁ ବୟସରେ ପୁଅ ମାକୁ ସାହାରା ଦେବା କଥା ସେ ବୟସରେ ମା ଏବେ ନିସହାୟ।
ପୁଅ ମା କୁ ସାହାରା ହେବା ବୟସରେ ପୁଅ ଏବେ ମା ଉପରେ ବଞ୍ଚିବା ପାଇଁ ନିର୍ଭର କରିବାକୁ ପଡୁଛି। ପୁଅର ଏଭଲି ଅଵସ୍ଥା ଦେଖି ମା ଏବେ ଦୁଃଖ ରେ ଭାଙ୍ଗି ପଡିଛି। ମା ନିଜେ ବଂଚିବା ପାଇଁ ରାହା ଖୋଜୁଥିବା ବେଳେ ପୁଅର ଏଭଲି ଅଵସ୍ଥା ଦେଖି ମା ଭାଙ୍ଗି ପଡିବା ସହ ପୁଅ ଭଲ ହେବା ପାଇଁ ଆକୁଳ ନିବେଦନ କରିଛନ୍ତି ମା। ଏହି ସମୟରେ ସାହିପଡ଼ିଶା ସାହାଯ୍ୟ ସହଯୋଗ ମାନସିକ ବିକାରଗ୍ରସ୍ତ ବୈକୁଣ୍ଠ ଙ୍କ ପାଇଁ ସମୁଦ୍ରକୁ ଶଙ୍ଖେ ଭଳି। ସାହାଯ୍ୟ ସହଯୋଗ ପାଇଁ ପଡ଼ୋଶୀ ମଧ୍ୟ ନିବେଦନ କରିଛନ୍ତି। ପ୍ରଶାସନ କିମ୍ବା କୌଣସି ସହୃଦୟ ବ୍ୟକ୍ତି ସାହାଯ୍ୟ ସହଯୋଗ ର ହାତ ବଢ଼ାଇଲେ ବୈକୁଣ୍ଠ ର ଜୀବନ ବଂଚିବା ସହ ବୃଦ୍ଧା ବିଧବା ମାକୁ ସାହାରା ମିଳିପାରନ୍ତା।