September 21, 2023

Times One Odia

Odia News Portal

ନୂଆ ସଂସଦ ଭବନ ପାଇଁ ମୋଦି କଲେ ଭୂମିପୂଜା, ଚଳିତ ମାସରୁ ଆରମ୍ଭ ହେବ ନିର୍ମାଣ କାମ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ନୂଆ ସଂସଦ ଭବନ ପାଇଁ ଆଜି ପ୍ରଧାନମନ୍ତ୍ରୀ ମୋଦି କରିଛନ୍ତି ଭୂମି ପୂଜନ । ପାରମ୍ପରିକ ରୀତିନୀତି ତଥା ବାସ୍ତୁ ଶାସ୍ତ୍ରର ବିଧାନ ଅନୁସାରେ ଏହି ଭୂମି ପୂଜନ ପର୍ବ ଶେଷ ହୋଇଛି । ବର୍ଷ ୨୦୨୨ ଯାଏଁ ନୂତନ ସଂସଦ ଭବନକୁ ନିର୍ମାଣ କରିବାକୁ କାମ ଜାରି ରହିଛି । ଦେଶ ସ୍ୱାଧୀନତା ପ୍ରାପ୍ତିର ୭୫ ବର୍ଷ ପୂର୍ତ୍ତି ପାଳନ ସମୟରେ ଦେଶବାସୀ ଭବ୍ୟ ନୂତନ ଅତ୍ୟାଧୁନିକ ସୁରକ୍ଷା ଦିଗରୁ ସମୃଦ୍ଧ ଥିବା ସଂସଦ ଭବନ ଦେଶବାସୀଙ୍କୁ ଭେଟି ଦେବାକୁ ଯୋଜନା ରହିଛି । ଏହି ଭବନରେ ଅଧିବେଶନର ଆୟୋଜନକୁ ଦୃଷ୍ଟିରେ ରଖି କାମ ତୀବ୍ର କରାଯିବ । ସୂଚନାଯୋଗ୍ୟ, ନୂତନ ସଂସଦ ଭବନରେ ଲୋକସଭାର ଆକାର ବର୍ତ୍ତମାନ ତୁଳନାରେ ୩ ଗୁଣ ରହିବ । ସେହିଭଳି ରାଜ୍ୟସଭାର ସ୍ଥାନ ମଧ୍ୟ ବର୍ତ୍ତମାନ ଅପେକ୍ଷା ଅଧିକ ରହିବ । ମୋଟ ୬୪ ହଜାର ବର୍ଗମିଟର ଅଂଚଳରେ ନୂତନ ସଂସଦ ଭବନର ନିର୍ମାଣ ଟାଟା ପ୍ରୋଜେକ୍ଟ ଲିମିଟେଡ ତରଫରୁ କରାଯିବ । ନୂତନ ସଂସଦ ଭବନରର ଡିଜାଇନ ଏଚସିପି ଡିଜାଇନ ପ୍ଲାନିଂ ଏବଂ ମ୍ୟାନେଜମେଣ୍ଟ ପ୍ରାଇଭେଟ ଲିମିଟେଡ ତିଆରି କରିଛି । ନଗର କାର୍ଯ୍ୟ ଉନ୍ନୟନ ମନ୍ତ୍ରାଳୟଳ ଅଧିକାରୀଙ୍କ ଅନୁସାରେ ନୂତନ ସଂସଦ ଭବନ ନୂତନ ଭାରତର ଆବଶ୍ୟକତା ତଥା ଆକାଂକ୍ଷାର ଅନୁରୂପ ହେବ । ଏହା ଆସନ୍ତା ୧୦୦ ବର୍ଷର ଆବଶ୍ୟକତାକୁ ଦୃଷ୍ଟିର ରଖି ନିର୍ମାଣ କରାଯାଉଛି । ଏପରିକି ସାଂସଦଙ୍କ ସଂଖ୍ୟା ବଢ଼ିଲେ ମଧ୍ୟ ଯେପରି ଅସୁବିଧା ନହୁଏ । ନୂତନ ସଂସଦ ଭବନ ଅତ୍ୟାଧୁନିକ, ଟେକନିକ ସୁବିଧା ରହିବ । ସୋଲାର ସିଷ୍ଟମର ବ୍ୟବହାର ଯୋଗୁଁ ବିଦ୍ୟୁତ ଶକ୍ତିକୁ ମଧ୍ୟ ସଂଚୟ କରାଯିବ । ବର୍ତ୍ତମାନ ସଂସଦ ଭବନ ନିକଟରେ ତ୍ରିକୋଣୀୟ ଆକାରର ନୂତନ କୋଠା ସୁରକ୍ଷା ସୁବିଧା ସହିତ ରହିବ । ନୂତନ ଭବନରରେ ଭାରତୀୟ ସଂସ୍କୃତି, ଆଂଚଳିକ କଳା, ଶିଳ୍ପ ଓ ବାସ୍ତୁକଳାର ବିଚିତ୍ର ସମ୍ଭାର ପ୍ରଦର୍ଶିତ ହେବ । ଡିଜାଇନ ଯୋଜନାରେ କେନ୍ଦ୍ର୍ରୀୟ ସମ୍ବିଧାନ ଗ୍ୟାଲେରୀକୁ ସ୍ଥାନ ଦିଆଯାଇଛି । ସାଧାରଣ ଲୋକ ମଧ୍ୟ ଦେଖିପାରିବେ । ଏହା ବ୍ୟତୀତ ପରିବେଶଯୁକ୍ତ ଅନୁକୂଳ କାର୍ଯ୍ୟଶୈଳୀର ବ୍ୟବହାର ମଧ୍ୟ ହେବ । ଏତଦ ବ୍ୟତୀତ ଆହୁରି ଅନେକ ସୁବିଧା ରହିବ ।

Leave a Reply

Your email address will not be published. Required fields are marked *