September 28, 2023

Times One Odia

Odia News Portal

ରାୟଗଡା(ନୀତିନ ଚୌଧୁରୀ): ଗତ ୧୧ ତାରିଖ ରାତିରେ ରାୟଗଡା ଓଭର ବ୍ରିଜ ନିକଟସ୍ଥ ମାନସ ଟ୍ରେଡିଂ ମୋବାଇଲ ଦୋକାନରେ ଚୋରି ହୋଇଥିବା ଲିଖିତ ଅଭିଯୋଗ କରିଥିଲେ ରାୟଗଡା ଟ୍ରେଜେରି ରୋଡ଼ ନିକଟରେ ରହୁଥିବା ଦୋକାନୀ ମାଲିକ ରାଧା ଗୋବିନ୍ଦ ଦୋରା l ତାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ତନାଘନା ଆରମ୍ଭ କରିଥିଲେ l ପ୍ରାଥମିକ ପର୍ଯ୍ୟାୟରେ ପୋଲିସ କେତେଜଣ ସନ୍ଦିଗ୍ଧଙ୍କୁ ପଚରାଉଚରା କରିବା ସମୟରେ ଆନ୍ଧ୍ର ପ୍ରଦେଶର ବିଜୟନଗରମ ପୋଲିସ ଥାନା ଅନ୍ତର୍ଗତ ଅଲକାନନ୍ଦା କଲୋନୀରେ ରହୁଥିବା ରାମବାବୁଙ୍କ ୧୯ବର୍ଷୀୟ ପୁତ୍ର ଜେ ସତିଶଙ୍କ ନାମ ଜଣାପଡିଥିଲା ଓ ରାୟଗଡା ପୋଲିସ ତାଙ୍କୁ ଗିରଫ କରିଥିଲେ l

ଶେଷରେ ସତିଶ ଚୋରି କରିଥିବା ସ୍ୱୀକାର କରିଥିଲେ ଓ ତାଙ୍କ ନିକଟରୁ ଚୋରି କରିଥିବା ୫ଟି ମୋବାଇଲ ଫୋନ ବରାମଦ କରିଥିଲେ l ନିଜ ସ୍ବୀକାରୋକ୍ତିରେ ସତିଶ ରାତିରେ ଦୋକାନ ତାଲା ଭାଙ୍ଗି ଭିତରେ ପଶି ଏହି ମୋବାଇଲ ଚୋରି କରିଥିବା କହିଥିଲେ l ବର୍ତ୍ତମାନ ପୋଲିସ ପ୍ରାପ୍ତ ଚୋରି ଯାଇଥିବା ମୋବାଇଲ ଫୋନ ଗୁଡିକୁ ଦୋକାନୀ ମାଲିକଙ୍କୁ ହସ୍ତାନ୍ତର କରିଛନ୍ତି l ରାୟଗଡ଼ା ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଜେଲକୁ ପଠାଇ ଦେଇଛନ୍ତି

Leave a Reply

Your email address will not be published. Required fields are marked *