ମିଷ୍ଟର ଏଣ୍ଡ ମିସ୍ ଗଞ୍ଜାମ ସିଜନ୍- ୨
1 min read
ବ୍ରହ୍ମପୁର(ଦୀନେଶ ପଟ୍ଟନାୟକ: ବଡ଼ବଜ଼ାର ଗୌଡ଼ ସାହିସ୍ତିତ ବିନାୟକ ଭବନ ପରିସରରେ ଶନିବାର ଟ୍ୱିଙ୍କେଲ ଫେସନ୍ ଏକାଡେମୀ ତରଫରୁ ମିଷ୍ଟର ଏଣ୍ଡ ମିସ୍ ଗଞ୍ଜାମ ୨୦- ୨୧ ସିଜନ୍ – ୨ରେ ଫେସନ୍ ଅଡିସନ୍ ଅନୁଷ୍ଠିତ ହୋଇଯାଇଛି । ଏକାଡେମୀର ମୁଖ୍ୟ ପରିଚାଲିକା ଟ୍ୱିଙ୍କେଲ ଗମାଙ୍ଗ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଫେସନ୍ ଅଡିସନ୍ ରେ ମୁଖ୍ୟ ଅତିଥି ରୂପେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ।
ସମ୍ମାନିତ ଅତିଥିଭାବେ ରାଜ୍ୟ ବିଜେଡି ସଭାପତି ଆଜିତ୍ କୁମାର ପଣ୍ଡା ,ୟୁଟିଭି ସାମ୍ବାଦିକ ତଥା ଗାୟକ ସୁଦୀପ କୁମାର ସାହୁ ,ମୁମ୍ବାଇ ଗ୍ଲୋବାଲ ଇଣ୍ଡିଆ ୨୦୨୦ ର ସୁନ୍ଦରୀ ରାମେଶ୍ୱରୀ ନନ୍ଦ ,କିନ୍ନର ବାବୁଲା ,ଖ୍ୟାତନାମା ନୁତ୍ୟ ଶିଳ୍ପୀ ଆୟେଶା ପାତ୍ର ପ୍ରମୁଖ ଯୋଗଦେଇଥିଲେ l ବିଚାରକଭାବେ ଏଙ୍କର ସ୍ମୃତି ପଣ୍ଡା ,ପ୍ରୀତି ପଟ୍ଟନାୟକ ଯୋଗୋଦେଇଥିଲା ବେଳେ କାର୍ଯ୍ୟକ୍ରମରେ କାହୁ ରାଉତ ସଂଯଜନା କରିଥିଲେ ।
ଏହି ପ୍ରତିଯୋଗିତାରେ ୩୭ ଜଣ ଯୁବକ ଯୁବତୀ ଅଂଶ ଗ୍ରହଣ କରିଥିଲେ । ଫେବୃୟାରୀ ମାସରେ ଏହାର ଫାଇନାଲ ଆୟୋଜନ କରାଯାଇ କୃତି ପ୍ରତିଯୋଗିତାମାନଙ୍କୁ ପୁରସ୍କୃତ କରାଯିବାର କାର୍ଯ୍ୟକ୍ରମ ରହିଥିବା ଆୟୋଜକ ଟ୍ୱିଙ୍କେଲ ସୂଚନା ଦେଇଛନ୍ତି।