September 21, 2023

Times One Odia

Odia News Portal

ଜିଲ୍ଲା ସ୍ତରୀୟ ନୋଡାଲ ଅଧିକାରୀମାନଙ୍କୁ ନେଇ ସମୀକ୍ଷା ବୈଠକ

ନବରଙ୍ଗପୁର(ରବି ନାରାୟଣ ମହାନ୍ତି): ଗୁରୁବାର ଜିଲ୍ଲା ସ୍ତରୀୟ ନୋଡାଲ ଅଧିକାରୀ ମାନଙ୍କ ସହିତ ଏକ ସମୀକ୍ଷା ବୈଠକ ସ୍ଥାନୀୟ ମିଶନ ଶକ୍ତି ସଭା ଗୃହରେ ଜିଲ୍ଲାପାଳ ଡାକ୍ତର ଅଜିତ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ନବରଙ୍ଗପୁର ଜିଲ୍ଲାରେ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା ।

ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କାର୍ଯ୍ୟକ୍ରମ ରେ ଅନ୍ତର୍ଭୁକ୍ତ ହୋଇଥିବା ଶ୍ରମିକ ମାନଙ୍କ ପ୍ରାପ୍ୟ ସଠିକ ଭାବରେ ମାଷ୍ଟେର ରୋଲ ରେ ଦରଜ କରାଇବା ପାଇଁ ଆଲୋଚନା ହେବା ସହିତ ଜିଲ୍ଲା ନୋଡାଲ ଅଧିକାରୀ ମାନେ ତାଙ୍କର ବିଭିନ୍ନ ଗ୍ରସ୍ତ ସମୟରେ ଏଥିପାଇଁ ସ୍ୱତନ୍ତ୍ର ଧ୍ୟାନ ଦେବା ପାଇଁ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଥିଲେ । ମୋ ଉପକାରୀ ବଗିଚା କାର୍ଯ୍ୟକ୍ରମ କୁ ଅଧିକ କ୍ରିୟାଶୀଳ କରିବା, ଛତୁଆ ବଣ୍ଟନ ସହିତ ଅଙ୍ଗନବାଡି କେନ୍ଦ୍ର ରେ ଶୀତ ପୋଷାକ ଓ ଜୋତା ର କିଭଳି ସଠିକ ଭାବରେ ବଣ୍ଟନ ହେବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା । ଏହି ବୈଠକରେ କୋଭିଡ ପରୀକ୍ଷାରୁ ଲୁକ୍କାୟିତ ଭାବରେ ବଞ୍ଚିତ ରହିଯାଇଥିବା ଵ୍ୟକ୍ତି ବିଶେଷ ଙ୍କୁ କିଭଳି ଭାବରେ ପରୀକ୍ଷା କରାଯାଇପାରିବ ସେସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା।

Leave a Reply

Your email address will not be published. Required fields are marked *