September 21, 2023

Times One Odia

Odia News Portal

ଜିଲ୍ଲା ସ୍ତରୀୟ ନୋଡାଲ ଅଧିକାରୀମାନଙ୍କ ସମୀକ୍ଷା ବୈଠକ

1 min read

ନବରଙ୍ଗପୁର(ରବି ନାରାୟଣ ମହାନ୍ତି): ବୁଧବାର ୧୧ ଘଣ୍ଟା ସମୟରେ ଜିଲ୍ଲା ସ୍ତରୀୟ ନୋଡାଲ ଅଧିକାରୀ ମାନଙ୍କ ସହିତ ଏକ ସମୀକ୍ଷା ବୈଠକ ସ୍ଥାନୀୟ ମିଶନ ଶକ୍ତି ସଭା ଗୃହରେ ହିଁ ଜିଲ୍ଲାପାଳ ଡକ୍ତର ଅଜିତ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ନୋଡାଲ ଅଧିକାରୀ (ପିଡି ଡିଆରଡିଏ) ରମାକାନ୍ତ ନାୟକ, ଉପ ଜିଲ୍ଲାପାଳ ଭାସ୍କର ରୋଇତ, ଅତିରିକ୍ତ ଉପ ଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ, ଜିଲ୍ଲା ମଙ୍ଗଳ ଅଧିକାରୀ ପବିତ୍ର ମୋହନ ପ୍ରଧାନ, ଶ୍ରୀ ରତ୍ନାକର ସାହୁ, ପ୍ରକଳ୍ପ ନିର୍ଦ୍ଦଶକଙ୍କ ଜଳ ବିଭାଜିକା ପ୍ରଦୀପ କୁମାର ନାୟକ, ନିର୍ବାହୀ ଯନ୍ତ୍ରୀ RWSS ଅମରେନ୍ଦ୍ର ପାଢ଼ୀ, ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟନାୟକ, ଜିଲ୍ଲା ଶ୍ରମ ଅଧିକାରୀ, ନରେନ୍ଦ୍ର କୁମାର ଗାଇପାଇ ଜିଲ୍ଲା ମୁଖ୍ୟ ପ୍ରାଣୀଚିକିତ୍ସାଧିକାରୀ ନାରାୟଣ ବେହେରା, ନିର୍ବାହୀ ଯନ୍ତ୍ରୀ ରାସ୍ତା ଏବଂ ଗୃହ ନିର୍ମାଣ ଶ୍ରୀ ପ୍ରଫୁଲ୍ଲ କୁମାର ମିଶ୍ର, ନିର୍ବାହୀ ଯନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ନବରଙ୍ଗପୁର ସୁଦାମ ଚରଣ ମହାପାତ୍ର, ଉମରକୋଟ ସନ୍ତୋଷ କୁମାର ସାମଲ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିହାଲ, ଜିଲ୍ଲା ସହ ଯୋଗାଣ ଅଧିକାରୀ ଦୁର୍ଗାପ୍ରସାଦ ମାଝୀ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ । ବୈଠକରେ ନବରଙ୍ଗପୁର ଜିଲ୍ଲାରେ ସରକାର ଙ୍କ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ ଓ ବିକାଶ ମୁଖୀ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରାଯାଇଥିଲା।

ମୋ ଉପକାରୀ ବଗିଚା ପ୍ରକଳ୍ପର ସମୀକ୍ଷା କରିଥିଲେ ଏବଂ ଏହି କାର୍ଯ୍ୟର ଆଶାନୁରୂପକ ଅଗ୍ରଗତି ହୋଇ ନଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ କରି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସମ୍ପୃକ୍ତ ଅଧିକାରୀ ଏବଂ ଜିଲ୍ଲା ସ୍ତରୀୟ ନୋଡାଲ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ । ନୀତିଆୟୋଗ ଦ୍ୱାରା ଅନୁମୋଦିତ ହୋଇଥିବା ପ୍ରକଳ୍ପକୁ ଶୀଘ୍ର ଆରମ୍ଭ କରିବା ପାଇଁ ପ୍ରକଳ୍ପ ନିର୍ଦେଶକ, ଜଳ ବିଭାଜିକା ଙ୍କୁ ନିର୍ଦେଶ ଦେଇଥିଲେ । ଜିଲ୍ଲାର ନିର୍ମାଣଧୀନ ମିଶନ ଶକ୍ତି ଗୃହରେ ଆବଶ୍ୟକୀୟ ପାନୀୟଜଳ ଓ ପରିମଳ ର ସୁବ୍ୟବସ୍ଥା କରି ହସ୍ତାନ୍ତର କରିବା ପାଇଁ ବିଭାଗୀୟ ଅଧିକାରୀ ଙ୍କୁ ପରାମର୍ଶ ଦେଇଥିଲେ ଏବଂ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବା ପାଇଁ ପ୍ରକଳ୍ପ ନିର୍ଦେଶକ, ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଙ୍କୁ ପରାମର୍ଶ ଦେଇଥିଲେ। ରାଜ୍ୟର ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ଆରମ୍ଭ ପରିପ୍ରେକ୍ଷିରେ ନବରଙ୍ଗପୁର ଜିଲ୍ଲାରେ ଆସନ୍ତା ନଭେମ୍ବର ୨୮, ୨୯ ଏବଂ ଡିସେମ୍ବର ୫ ଓ ୬ ଚାରି ଦିନ ଧରି ପ୍ରତି ବୁଥରେ ତାଲିକା ସଂଶୋଧନ ତ୍ୱରାନ୍ୱିତ ହେବା ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇ ଥିଲା।

୨୦୨୧ ଜାନୁଆରୀ ୧ ସୁଦ୍ଧା ୧୮ ବର୍ଷ ହୋଇଥିଲେ ଆବେଦନ କରି ପାରିବେ । ଭୋଟର ପରିଚୟ ତୃଟି ଥିଲେ ମଧ୍ୟ ସଂଶୋଧନ କରିପାରିବେ । ତାଲିକାରୁ ନାମ ବାଦ ଦେବାକୁ ମଧ୍ୟ ଭୋଟର ବ୍ଲକ ସ୍ତରୀୟ ବୁଥ ଅଧିକାରୀ ପାଖରେ ଆବେଦନ କରିପାରିବେ। ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଉପ ଜିଲ୍ଲାପାଳ ଙ୍କ ସହିତ ସଂପୃକ୍ତ ନୋଡ଼ାଲ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଏଥି ସହିତ ଉମରକୋଟ ଠାରୁ ରାଇଘର ରାସ୍ତାର ମରାମତି ର ଶିଥିଲତା କୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହିତ ଡିସେମ୍ବର ୩୧ ତାରିଖ ସୁଦ୍ଧା ରାସ୍ତା କାମ ସାରିବା ପାଇଁ ରାସ୍ତା ଓ ଗୃହ ନିର୍ମାଣ ବିଭାଗର ନିର୍ବାହୀ ଯନ୍ତ୍ରୀ ଙ୍କୁ ନିର୍ଦେଶ ଦେଇଥିଲେ ।

Leave a Reply

Your email address will not be published. Required fields are marked *