ସମିତି ବୈଠକ ଅନୁଷ୍ଠିତ: କୋଭିଡ-୧୯ ଉପରେ ଗୁରୁତ୍ବ ଏବଂ ୨୦୨୧-୨୨ ଆର୍ଥିକ ଅନୁଦାନ ନେଇ ଖସଡା ପ୍ରସ୍ତୁତି
1 min read
ରାଇକିଆ(ରଜତ କୁମାର ନାୟକ): ଦୀର୍ଘ ସାତ ମାସ ପରେ ରାଇକିଆ ବ୍ଲକ୍ କାର୍ଯ୍ୟାଳୟ ସ୍ବାଭାବିକ ହୋଇ ଥିବା ବେଳେ ମଙ୍ଗଳବାର କାର୍ଯ୍ୟଳୟର ସଭାଗୃହ ରେ ସମିତି ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠ କକୁ ସମିତି ଅଧ୍ୟକ୍ଷା ମାନିନୀ ପ୍ରଧାନ ସଭାପତିତ୍ବରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରବିଣ କୁମାର ବାଣୁଆ, କୋଭିଡ-୧୯ ଦାୟିତ୍ଵରେ ଥିବା ଡ଼ାକ୍ତର ଦେବାଶିଷ ଜେନା, ସମିତି ଉପାଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ ଯୋଗ ଦେଇ ମୁଖ୍ୟତ ଦୁଇଗୋଟି ଏଜେଣ୍ଡା ଉପରେ ଆଲୋଚନା ହୋଇଥିଲା। ପ୍ରଥମେ କୋଭିଡ୍-୧୯ ର ଦୂତୀୟ ପର୍ଯ୍ୟାୟରେ ଡିସେମ୍ବର ମାସରେ ଫେରିବା ନେଇ ଆକଳନ କରାଯାଇଛି। ଏହି କୋରନା ମହା ମାରୀ ସଂକ୍ରମଣରୁ ନିଜକୁ ଏବଂ ଅନ୍ୟ ମାନଙ୍କୁ କିପରି ସୁରକ୍ଷିତ ରଖିବା ସହ ଅଧିକ ସଂଖ୍ୟକ କରୋନା ପରୀକ୍ଷା କରାଯାଇ ପାରିବ ସେଥିପ୍ରତି ଗୁରୁତର ସହ ବୈଠକରେ ଆଲୋଚନା କରାଯାଇ ଥିଲା।ମାସ୍କ ବ୍ୟବହାର ସହ ସାମାଜିକ ଦୂରତା ରଖିବା ଓ ସାନିଟାଇଜର୍ କରାଯାବା ପାଇଁ ଗୁରୁତ୍ୱ ଦିଆଯାଇଛି।
ଦୂତୀୟରେ ୨୦୨୧-୨୨ ର ଆର୍ଥିକ ବର୍ଷ କେନ୍ଦ୍ରୀୟ ଅନୁଦାନ ଓ ରାଜ୍ୟ ଅନୁଦାନ ପାଇଁ ଖସଡା ପ୍ରସ୍ତୁତ କରାଯାଇଥିବା ବିଡ଼ିଓ ପ୍ରବିଣ କୁମାର ବାଣୁଆ ସୂଚନା ଦେଇଛନ୍ତି। ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଜିପିଓ ରଜନୀ କାନ୍ତ ମିଶ୍ରଙ୍କ ସହ ସମସ୍ତ ସରପଞ୍ଚ ଓ ଜିଲ୍ଲା ପରିଷଦ ସଭ୍ୟ ଓ ସମିତି ସଭ୍ୟ ଯୋଗ ଦେଇଥିଲେ ।କୋଭିଡ-୧୯ କୁ ଦୃଷ୍ଟିରେ ରଖି ସ୍ବଳ୍ପ ସମୟ ମଧ୍ୟରେ ବୈଠକକୁ ସମାପ୍ତ କରା ଯାଇଥିଲା। ବତ୍ତ ବ୍ଲକ୍ ରେ ବହୁ ଦିନ ହେଲାଣି କୈାଣସି ବ୍ୟକ୍ତି କରୋନା ସଂକ୍ରମିତ ଚିହ୍ନଟ ହୋଇ ନଥିବା ଜଣାପଡିଛି।