September 27, 2023

Times One Odia

Odia News Portal

ସରକାରୀ ମେଡ଼ିକାଲ କଲେଜ ପ୍ରତିଷ୍ଠା ବିଳମ୍ବ ଓ ସରକାରୀ ଜମି ଲୁଣ୍ଠନ ପ୍ରତିବାଦରେ ଆନ୍ଦୋଳନକୁ ଓଲ୍ହାଇବାକୁ ମିଳିତ ନାଗରିକ କମିଟିର କଡା ଚେତାବନୀ

1 min read

ବାଲିଗୁଡା(ପ୍ରମୋଦ ଦଣ୍ଡସେନା): କନ୍ଧମାଳ ଜିଲ୍ଲାରେ ଏକ ସରକାରୀ ମେଡ଼ିକାଲ କଲେଜ ପ୍ରତିଷ୍ଠା କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଗତବର୍ଷ ତାଙ୍କ ଜନ୍ମ ଦିନରେ ଘୋଷଣା କରିଥିଲେ। ଇତି ମଧ୍ୟରେ ଏକ ବର୍ଷ ଅତିକ୍ରାନ୍ତ ହୋଇଯାଇଥିଲେ ହେଁ ମେଡ଼ିକାଲ କଲେଜ ପ୍ରତିଷ୍ଠା ସମ୍ପର୍କରେ କୌଣସି ଅଗ୍ରଗତି ହୋଇପାରି ନାହିଁ।କେନ୍ଦ୍ର ସରକାରଙ୍କ ପତ୍ର ଅନୁଯାୟୀ ଦେଶରେ ପ୍ରତିଷ୍ଠା ହେବାକୁ ଥୂବା ୭୫ଗୋଟି ଫେଜ ଥ୍ରୀ ମେଡ଼ିକାଲ କଲେଜ ମଧ୍ୟରୁ ଗୋଟିଏ କନ୍ଧମାଳ ଜିଲ୍ଲାରେ ପ୍ରତିଷ୍ଠା ହେବ ବୋଲି ଆଶା କରାଯାଏ। ପରବର୍ତୀ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ଗତ ଡିସେମ୍ବର ୩ତାରିଖରେ କନ୍ଧମାଳ ଜିଲାରେ ଫେଜ ଥ୍ରୀ ସରକାରୀ ମେଡ଼ିକାଲ କଲେଜ ପାଇଁ ୩୨୫କୋଟି (୬୦କେନ୍ଦ୍ର ୪୦ ରାଜ୍ୟ)ଟଙ୍କାର ପୂର୍ଣ୍ଣାଙ୍ଗ ପ୍ରକଳ୍ପ ରିପୋର୍ଟ ସ୍ୱାସ୍ଥ୍ୟ ବିଭାଗ ର ଜଣେ ଯୁଗ୍ମ ସଚିବ ନେଇ ଦାଖଲ କରିଥିଲେ।

କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଉକ୍ତ ଫେଜ ଥ୍ରୀ ମଡେଲ ସରକାରୀ ମେଡ଼ିକାଲ କଲେଜ ଜିଲା ମୁଖ୍ୟ ଚିକିତ୍ସାଳୟ ମଧ୍ୟରେ କାର୍ଯ୍ୟ କରିବ ଏବଂ ଦୁଇ ବର୍ଷ ମଧ୍ୟରେ କାର୍ଯକ୍ଷମ ହେବ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡଃ ହର୍ଷବର୍ଧନ ଭୁବନେଶ୍ୱର ଏମସର କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ସମୟରେ ଓଡିଶା ର କନ୍ଧମାଳ ରେ ଏକ ସରକାରୀ ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ଓଡିଶା ସରକାର ଦେଇଥିବା ଏକ ପ୍ରସ୍ତାବ ବିଚାର ଧିନ ରହିଥିବା ତାଙ୍କ ବକ୍ତବ୍ୟ ରେ କହିଥିଲେ।କିନ୍ତୁ ଆଜି ପର୍ଯ୍ୟନ୍ତ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସେମିତି କୌଣସି ଅଗ୍ରଗତି ହୋଇଥିବା ଜଣାପଡି ନାହିଁ କିମ୍ବା ରାଜ୍ୟ ପକ୍ଷରୁ କୌଣସି ପତ୍ରାଳାପ ହୋଇଥିବା ଅବଗତ କରାଯାଇନାହିଁ।ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲା ପାଇଁ ନିଯୁକ୍ତ ହୋଇଥିବା ନୋଡାଲ ଅଫିସର ଙ୍କୁ ଏ ସମ୍ପର୍କରେ ପ୍ରତ୍ରାଳାପ କରାଯାଇଥିଲେ ହେଁ ତାଙ୍କ ପାଖରେ ଅଗ୍ରଗତି ସମ୍ପର୍କରେ କୌଣସି ଖବର ନଥିବା ଜଣାଯାଏ।ଡ ଅରୁପ ଜେନାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ମିଳିତ ନାଗରିକ କମିଟି ପକ୍ଷରୁ ଏକ ବୈଠକରେ ସରକାରଙ୍କ କାଳକ୍ଷେପଣ ନୀତି ନେଇ କ୍ଷୋଭ ପ୍ରକାଶ କରାଯିବା ସହ ଯୋଗାଯୋଗ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଆଗାମୀ ଡିସେମ୍ବର ଶେଷ ସୁଦ୍ଧା ସରକାରୀ ମେଡ଼ିକାଲ କଲେଜ ପ୍ରତିଷ୍ଠା ସମ୍ପର୍କରେ ସରକାରଙ୍କ ଅନମୋଦନ ରେ ବିଳମ୍ବ ହେଲେ କନ୍ଧମାଳ ବାସୀ ଆନ୍ଦୋଳନ କୁ ଓହ୍ଲାଇବାକୁ ବାଧ୍ୟ ହେବେ।
ଗତ ଦଶ ବର୍ଷ ହେବ ଫୁଲବାଣୀ ବିଞାପିତ ଅଞ୍ଚଳରୁ ପୌର ପରିଷଦ ଘୋଷଣା ହୋଇଥିଲେ କୌଣସି ପ୍ରକାର ଆଖିଦୃଶିଆ ସୁବିଧା ସୁଯୋଗ ଯୋଗାଇ ଦିଆଯାଇନାହିଁ। ଭିତ୍ତିଭୂମିର ବିକାଶ ହୋଇନାହିଁ।ଅବ୍ୟବସ୍ଥିତ ଜମିଜମାର ସମାଧାନ ହୋଇ ନାହିଁ। ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି ପାଣି ,ରାସ୍ତାଘାଟ,ଡ୍ରେନଜ,ପରିମଳ ,ପାର୍କିଂ, ଲାଇବ୍ରେରୀ, ଅଡିଟୋରିଅମ,ଖେଳପଡିଆ, ମନୋରଞ୍ଜନ ଇତ୍ୟାଦିର କୌଣସି ସୁବିଧା ନାହିଁ।କିନ୍ତୁ ସହରୀ ବିକାଶ ପକ୍ଷରୁ ସହରର ଅଧବାସୀଙ୍କ ଉପରେ ଆସନ୍ତା ଜାନୁୟାରୀ ମାସରୁ ବର୍ଦ୍ଧିତ ଦରରେ ଦଶ ଗୁଣା ହୋଲଡିଂ ଟିକସ ଆଦାୟ କରିବା କୁ ନୋଟିସ ଦିଆଯାଇଛି। ଫୁଲବାଣୀ ଟାଉନ ଓ ବାଲିଗୁଡା ଏନ ଏ ସି ରେ ଜବର ଦଖଲରେ ଥିବା ଲୋକଙ୍କ ଉପରେ ଶହେ ଗୁଣାରୁ ଅଧିକ ସେବା କର ଲାଗୁ କରାଯିବାକୁ ଜଣା ପଡିଛି। ପୌର ପରିଷଦରେ ଭିତ୍ତିଭୂମି ର ବିକାଶ ସାଙ୍ଗକୁ ଜମି ଜମା ସମସ୍ୟାର ସମାଧାନ ପୂର୍ବରୁ ଟିକସ ବୃଦ୍ଧିକୁ କମିଟି ପକ୍ଷରୁ ନାପସନ୍ଦ କରି ବିରୋଧ କରିବାକୁ ନିଷ୍ପତ୍ତି ନିଆଯାଇଛି।ପ୍ରଶାସନ ତାଙ୍କ ନିଷ୍ପତ୍ତି ର ପୂନର ବିଚାର କରି ବଦ୍ଧିତ ଟିକସ ଆଦାୟ ବନ୍ଦ କରି ପ୍ରଥମେ ଭିତ୍ତିଭୂମି ବିକାଶ କରିବା କୁ ଦାବୀ କରାଯାଇଛି।ନୋଚେତ ସହରବାସୀ ଜିଲା ବନ୍ଦ କରି ଆନ୍ଦୋଳନ କରିବାକୁ ବାଧ୍ୟ ହେବେ।
କନ୍ଧମାଳ ଜିଲ୍ଲାରେ ପ୍ରଶାସନିକ ସ୍ଥାଣୁତା ଉଗ୍ରରୂପ ଧାରଣା କରିଛି।

ସରକାର ଜନ ସହଭାଗୀତାକୁ ଗୁରୁତ୍ୱ ଦେଉଥିବା ବେଳେ କନ୍ଧମାଳ ରେ ତାହା କାଗଜ କଲମରେ ଚାଲିଛି।ମାସ ମାସ ଧରି ବଡ ବଡ ପ୍ରଶାସନିକ ଅଧିକାରୀ ମାନଙ୍କ ର କାର୍ଯାଳୟରେ ଦେଖା ମିଳୁନାହିଁ।ଜନ ସାଧାରଣଙ୍କ ଶିକ୍ଷା ସ୍ୱାସ୍ଥ୍ୟ ଗମନାଗମନ, କର୍ମନିଯୁକ୍ତି,ଜମିଜମା ଇତ୍ୟାଦି ର କୌଣସି ଅଭିଯୋଗ ର ସମାଧାନ ହେଉନଥିବା ଜଣାଯାଏ। ଫୁଲବାଣୀ ଓ ବାଲିଗୁଡା ଏନ ଏ ସି ରେ ଦିନ ଦ୍ବି ପ୍ରହରରେ ସରକାରୀ ଜମି ବିକ୍ରି ହେଉଛି ଏଥିରେ ବହୁ ଦଲାଲ ସକ୍ରିୟ ଅଛନ୍ତି l ଗୋଚର ମଶାଣି ପଥରା କିସମ ସରକାରୀ ଜମିରେ ସୁଉଚ୍ଚ ଅଟ୍ଟାଳିକା ମାନ ନିର୍ମାଣ ହେଉଛି ବହୁ ସରକାରୀ ଜମିକୁ ଦଲାଲ ସାହାଯ୍ୟରେ ସରକାରୀ ଚାକିରୀଆ ହାତେଇଛନ୍ତି ଅଭିଯୋଗ ପରେ ବି ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ହେଉନାହିଁ ଏହାକୁ ମିଳିତ ନାଗରିକ କମିଟି ତୀବ୍ର ବିରୋଧ କରିଛି ଏହାର ବିଧିବଦ୍ଧ ତଦନ୍ତ କରାଯାଉ ଓ ଏଥିରେ ସମ୍ପୃକ୍ତ ଲୋକଙ୍କୁ ଦୃଢ଼ହସ୍ତେ ଦମନ କରାଯାଉ ଏବଂବେଆଇନ ସରକାରୀ ଜମି ଦାଖଲକାରୀ ମାଫିଆଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉ l

ସରକାରୀ ଜମି ସରକାରୀ ଖାତାକୁ ଫେରାଯାଉ ନଚେତ ମିଳିତ ନାଗରିକ କମିଟି ଆଗାମୀ ଦିନରେ ଆନ୍ଦୋଳନକୁ ଓଲ୍ହାଇବାକୁ କଡା ଚେତାବନୀ ଦେଇଛନ୍ତି ଲ ବହୁ ଦିନର ଦାବି ବ୍ରହ୍ମପୁର ସମ୍ବଲପୁର ରେଳ ପଥ ନିର୍ମାଣ ପାଇଁ ଆଜି ପର୍ଯ୍ୟନ୍ତ ବ୍ୟୟ ବରାଦ ନ ହେବା ଓ ସର୍ଭେ କାର୍ଯ୍ୟ ପାଇଁ ଦଶ ଲକ୍ଷଟଙ୍କା ବ୍ୟୟ ବରାଦ କରାଯିବା କେତେଦୂର ସରକାରୀ ଆନ୍ତରିକତା ରହିଛି ,ତା ଉପରେ ଆଲୋଚନା କରାଯାଇଥିଲା। କରୋନା ସମ୍ପର୍କରେ କୌଣସି ସଠିକ ତଥ୍ୟ ଦିଆଯାଉନାହିଁ। କରୋନା ସ୍ୱାସ୍ଥ୍ୟ କେନ୍ଦ୍ରରେ ନିମ୍ନମାନର ଖାଦ୍ୟ ସାଙ୍ଗକୁ ମୃତ୍ୟୁ ଓ ପଜିଟିଭ ସଂଖ୍ୟା ଲୁଚାଯାଉଥିବା ରୋଗୀଙ୍କ ସମ୍ପର୍କୀୟ ମାନେ ଅଭିଯୋଗ କରିଛନ୍ତି।କରୋନା ଚିକିତ୍ସା ରେ ଅବହେଳା ହେତୁ ରୋଗୀଙ୍କ ସମ୍ପର୍କୀୟ କରୋନା ନିୟମ ଅନୁସାରେ ରୋଗୀ ସାଥିରେ ସହାୟତା କରିବାକୁ ଚିକିତ୍ସା କେନ୍ଦ୍ର ରେ ରହିବାକୁ ଅନୁମତି ଦେବାକୁ ଦାବୀ ହୋଇଛି।

ସ୍ୱଛତା ଓ ସହଭାଗୀତାରେ ସରକାର କାର୍ଯ୍ୟ କରିବାକୁ ଘୋଷଣା କରିଥିବା 5ଟି ଓ ମୋ ସରକାର କନ୍ଧମାଳ ଜିଲ୍ଲାରେ ଦିଗହରା ହୋଇଯାଇଛି। ହାଟପଦାସ୍ଥିତ ଯାତ୍ରା ପଡିଆରେ ଅନୁଷ୍ଠିତ ବୈଠକରେ କମିଟି ସଦସ୍ୟ ଆଇନଜୀବୀ ବିଜୟ କୃଷ୍ଣ ପଟ୍ଟନାୟକ, ବିଜୟ ମହାନ୍ତି, ସିଦ୍ଧେଶ୍ୱର ଦାସ,ପଦ୍ମ ଚରଣ ସ୍ୱାଇଁ, ସଚି ପଟନାୟକ, ପ୍ରଶନ୍ନ ସାହାଣୀ, ପଦ୍ମ ଚରଣ ସାହୁ,ପ୍ରମୋଦ ସାହୁ,କମଳାକାନ୍ତ ପାଣ୍ଡେ ଓ ଅନ୍ୟ ସଭ୍ୟଙ୍କ ସମେତ ଆବାହକ ଅଶୋକ ପରିଡା ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *