୬ଟି ମେସିନ୍ ପୋଡିଦେଲେ ଦୁର୍ବୁତ୍ତ

କାମାକ୍ଷାନଗର: କାମାକ୍ଷାନଗର ଅଁଳାବେରେଣି ଠାରେ ଓଟିପିସିଏଲର ବିସ୍ଥାପିତଙ୍କ ପାଇଁ ତିଆରି ହ ଉଥିବା ଟାଉନସିପ୍ ଆବାସ ସ୍ଥଳରେ ବଡଧରଣର ଅଗ୍ନିକାଣ୍ଡ । ଦୁର୍ବୃତ୍ତ ଜଳିଦେଇଛନ୍ତି ମାଟି ଖୋଳାରେ ବ୍ୟବହାର ହେଉଥିବା ଏକଜାଭେଟର ମେସିନ୍ । ଗତକାଲି ବିଳମ୍ବିତ ରାତିରେ ଏପରି କାଣ୍ଡ ଘଟିଛି । କାମରେ ଲାଗିଥିବା ୧୧ଟି ଏକଜାଭେଟର ମେସିନ୍ ମଧ୍ୟରୁ ୬ଟି ପୁରା ପୋଡି ଯାଇଛି । ଗତକାଲି ରାତି ପ୍ରାୟ ୪ଟା ସମୟରେ କୌଣସି ଦୁର୍ବୃତ ଏପରିକାଣ୍ଡ ଭିଆଇଥିବା ସନ୍ଦହ କରୁଛନ୍ତି ଠିକା କାମରେ ମେସିନ୍ ଲଗାଇଥିବା ଠିକାଦାରମାନେ ।
ସୂଚନା ପାଇ କାମାକ୍ଷାନଗର ଦମକଳ ବାହିନୀ ଟିମ୍ ପହଁଚି ନିଆଁ ଲିଭାଇଛି । ପଣ୍ଡୁଆ ଫାଣ୍ଡି ପୋଲିସକୁ ଜଣାଯିବାରୁ ଫାଣ୍ଡି ଅଧିକାରୀ ଘଟଣାସ୍ଥଳ ଅନୁଧ୍ୟାନ କରିଛନ୍ତି । ଏପରି କାଣ୍ଡ ଘଟାଇଥିବା ଦୁର୍ବୃତଙ୍କୁ ଧରାଯିବ ବୋଲି ପଣ୍ଡୁଆ ଫାଣ୍ଡି ଅଧିକାରୀ କହିଛନ୍ତି । ଓଡିଶା ଥର୍ମାଲ ପାୱାର କର୍ପୋରେସନ ଲିମିଟେଡ୍ ର ନୂଆ ଏକ କାରଖାନା ଅଁଳାବେରେଣି ନିକଟରେ ସ୍ଥାପନ ପାଇଁ କାମ ଆଗେଇ ଚାଲିଛି । ଏହି ପ୍ରକଳପକୁ ଆରମ୍ଭରୁ କିଛି ସ୍ଥାନୀୟ ଲୋକ ବିରୋଧ କରୁଥିଲେ । ଏହାରି ଭିତରେ ଟାଉନସିପ୍ ନିର୍ମାଣ ସ୍ଥଳରେ ଏପରି ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସିଛି ।