September 21, 2023

Times One Odia

Odia News Portal

ମୟୁରଭଞ୍ଜରେ ଭାରତ ବନ୍ଦର ପ୍ରଭାବ

ମୟୁରଭଞ୍ଜ(ଅବିନାଶ ମହାନ୍ତି): କେନ୍ଦ୍ର ସରକାରଙ୍କ ଦ୍ଵାରା ପାରିତ କୃଷି ଆଇନ ୨୦୨୦କୁ ବିରୋଧ କରି ପ୍ରତ୍ୟାହାର ଦାବିରେ ଭାରତ ବନ୍ଦ ଡାକରା ଦେଇଛି କୃଷକ ସଙ୍ଗଠନ। ତେବେ କର୍ପୋରେଟ ହାଉସକୁ ଅନୁକମ୍ପା ଦେଖାଇବାକୁ ଯାଇ ଦେଶର ଅନ୍ନଦାତା କୃଷକ ସମାଜର ସ୍ୱାର୍ଥକୁ ବଳି ପକାଇବା ଭଳି ପଦକ୍ଷେପ ଗ୍ରହଣ କରି କେନ୍ଦ୍ରରେ କ୍ଷମତାସୀନ ସରକାର ସବୁ ମହଲରୁ ସମାଲୋଚନାର ଶରବ୍ୟ ହେଉଥିବା ଦେଖାଯାଉଛି। ଅନ୍ୟପଟେ ଦେଶର ମେରୁଦଣ୍ଡ କୁହାଯାଉଥିବା କୃଷକ ସଙ୍ଗଠନ ପକ୍ଷରୁ ଆହ୍ୱାନ କରାଯାଇଥିବା ବନ୍ଦକୁ କଂଗ୍ରେସ, ସିପିଆଇଏମ ସମେତ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ସମର୍ଥନ ଜଣାଇ ଆଜିର ବନ୍ଦ ଆନ୍ଦୋଳନରେ ସାମିଲ ହୋଇଛନ୍ତି।

ତେବେ ଆଜି ସମଗ୍ର ଦେଶରେ କେନ୍ଦ୍ର ସରକାରଙ୍କ ପାରିତ କୃଷକନୀତି ବିଲକୁ ବିରୋଧ କରି ପ୍ରତ୍ୟାହାର ଦାବିନେଇ ଆନ୍ଦୋଳନ ଜାରି ରହିଥିବା ବେଳେ ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବିଭିନ୍ନ ସଂଗଠନ ପକ୍ଷରୁ ବନ୍ଦକୁ ସମର୍ଥନ ଜଣାଇ ସହରର ବିଭିନ୍ନ ଛକଠାରେ ରାସ୍ତା ଅବରୋଧ କରାଯାଇ ଥିବା ଦେଖିବାକୁ ମିଳିଛି। ସେହିପରି ବନ୍ଦକୁ ସଫଳ କରିବା ପାଇଁ ଜିଲ୍ଲାର ସମସ୍ତ ଚାଷୀ ସଂଗଠନ ସକ୍ରିୟ ଭୂମିକା ନେଇଥିବା ଦେଖିବାକୁ ମିଳିଛି।ସେହିପରି ଭାରତ ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ବ୍ୟବସାୟୀ ମାନଙ୍କ ପକ୍ଷରୁ ସହରର ପ୍ରାୟ ଦୋକାନ ବଜାରବନ୍ଦ ରହିଥିବା ବେଳେ ଯାତ୍ରୀବାହୀ ବସ ସାଙ୍ଗକୁ ଯାନବାହନ ଚଳାଚଳ ବନ୍ଦ ରହିଛି। ବନ୍ଦ ଶାନ୍ତିପୂର୍ଣ୍ଣ ରହିଥିବା ବେଳେ କୌଣସି ପ୍ରକାର ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇନଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *