କନ୍ଧମାଳରେ କମ୍ବି ଅପରେସନ ବେଳେ ଯବାନ-ମାଓବାଦୀ ମୁହାଁ ମୁହିଁ ଗୁଳିବିନିମୟ

ଫୁଲବାଣୀ(ସୁନୀଲ ପଟନାୟକ): ଆଜି କନ୍ଧମାଳ ଜିଲ୍ଲା ର ଗୋଚ୍ଛାପଡ଼ା ଥାନ। ଅନ୍ତର୍ଗତ ଜଙ୍ଗଲରେ ଏ ସଓଜି ଓ ଡିଭିଏଫ ଜବାନମାନକମ୍ବି ଅପରେସନ କରିବାବେଳେ ଯବାନ ମାନଙ୍କ ସହ ମାଓବାଦୀଙ୍କ ଗୁଳି ବିନିମୟ ଘଟିଥିଲା। ଫଳରେ ଜବାନମାନଙ୍କ ଗୁଳିମାଡରେ ଜଣେ ମହିଳାକ୍ୟାଡର ମାଓବାଦୀର ମୃତ୍ୟୁ ଘଟିଛି। ତେବେ ଅନ୍ୟ ମାବୋଦୀମାନେ ଘଟଣା ସ୍ଥଳରୁ ଛତ୍ର ଭଙ୍ଗ ଦେଇଥିଲେ।ଘଟଣା ସ୍ଥଳରୁ ପୋଲିସ ୨ଟି ବନ୍ଧୁକ ସମେତ ଗୁଳିଗୋଳା ଓ ଅନେକ ମାଓ ସାମଗ୍ରୀ ଜବତ କରିଛି। ତେବେ ଏହି ଘଟଣା ପରେ ପୋଲିସ କମ୍ବି ଅପରେସନକୁ ଯୋର ଦ୲ରକରିଛି।
ଏନେଇ କନ୍ଧମାଳ ଏସପି ଙ୍କୁ ପଚାରିବାରେ ସେ ପରେ ସୁଚନା ଦେବେ କହିଛନ୍ତି ।
ତେବେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ଏନେଇ ସୂଚନା ଦେବା ସହ ମାଓବାଦୀମାନେ ହିଂସାର ବାଟ ଛାଡି ରାଜ୍ୟ ସରକାରଙ୍କ ନିକଟରେ ଆତ୍ମସମର୍ପଣ କରିବା ଲାଗି ଆହ୍ୱାନ କରିଛନ୍ତି। ସରକାରଙ୍କ ସରଣ୍ଡର ପଲିସି ବହୁତ ଭଲ ଏଣୁ ମା ଓ ବାଦୀ ମାନେ ଆତ୍ମସମର୍ପଣ କରି ଏହାର ଫାଇଦା ନେବା ଲାଗି କହିଛନ୍ତି ଡିଜି ଅଭୟ । ଗତ ବର୍ଷକ ମଧ୍ୟରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ସମୟରେ ଗୁଳିବିନିମୟରେ ୧୦ରୁ ଉର୍ଦ୍ଧ କ୍ୟାଡର ମାଓବାଦୀଙ୍କ ମୃତ୍ୟୁ ଘଟିଲାଣି ।