September 21, 2023

Times One Odia

Odia News Portal

ଆଜିଠୁ ମାଓବାଦୀଙ୍କ ସହିଦ ସପ୍ତାହ ଆରମ୍ଭ: ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଫୁଲବାଣୀ(ସୁନିଲ ପଟ୍ଟନାୟକ): ଆଜିଠୁ ମାଓବାଦୀ ଙ୍କ ସହିଦ ସପ୍ତାହ ଆରମ୍ଭ ହୋଇଛି। ଫଳରେ ସହିଦ ସପ୍ତାହକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲା ର ବିଭିନ୍ନ ସ୍ଥାନରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯା ଇଛି । ପୋଲିସ ପେଟ୍ରୋଲିଂ ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି । ସେହିପରି ବିଭିନ୍ନ ଥାନା ଇଲାକାରେ ମଧ୍ୟ ଗାଡି ମଟର ଚେକିଙ୍ଗ କୁ କଡ଼ାକଡ଼ି ମଧ୍ୟ କରାଯାଇଛି।

ମାଓବାଦୀଙ୍କ ସହିଦ ସପ୍ତାହ ଲାଗି ସରକାରୀ ଗାଡି ବନ୍ଦ ଥିବାବେଳେ ବେସରକାରୀ ଗାଡି କିଛି କିଛି ସ୍ଥାନରେ ଚଳାଚଳ କରୁଛି। ଫଳରେ ଯାତ୍ରୀମାନେ ଅସୁବିଧାର ସ ମ୍ମୁଖୀନ ହେଇଛନ୍ତି। ଆସନ୍ତା ୮ ତାରିଖ ଯାଏ ମାଓବାଦୀଙ୍କ ସହିଦ ସପ୍ତାହ ଚାଲିବ ।
ହେଲେ ଆଜି ଜିଲ୍ଲାର କୌଣସିଠାରେ ମଧ୍ୟ ମାଓ ପୋଷ୍ଟର କିବ୍ୟାନର ଆଦି ଦେଖିବାକୁ ମିଳିନଥିଲା।

ବିଶେଷକରି କନ୍ଧମାଳ ଜିଲ୍ଲାର ମା ଓ ପ୍ରଭାବିତ ତୁମୁଡିବନ୍ଧ, ଦାରିଙ୍ଗବାଡି, କୋଟଗଡ,ଫିରିଙ୍ଗିଆ,ଗୋଛାପଡ଼ା, ବାଲି ଗୁଡ଼ା, ବ୍ରାହ୍ମଣୀଗାଁ, ରାଇକିଆ .ସଦର ଥାନ। ଆଦି ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡି କରାଯାଇଥିବା କଥା ଜିଲ୍ଲାର ବରୀଷ୍ଠ ପୋଲିସ ଅଫିସର ଜଣଙ୍କ କହିଛନ୍ତି।

Leave a Reply

Your email address will not be published. Required fields are marked *