September 28, 2023

Times One Odia

Odia News Portal

ଖୋଲି ନାହିଁ ମଣ୍ଡି: ଚିନ୍ତାରେ ମକା ଚାଷୀ

ନୂଆପଡ଼ା(ମୁକେଶ କୁମାର ଦଣ୍ଡସେନା): ଚଳିତ ବର୍ଷ ଖରିଫ୍ ଋତୁରେ ମକଚାଷ କରି ଚିନ୍ତାରେ ଅଛନ୍ତି ଚାଷୀ। ନାଁ ଅଛି ମଣ୍ଡିର ବ୍ୟବସ୍ଥା, ନାଁ ମିଳୁଛି ଉପଯୁକ୍ତ ସମର୍ଥନ ମୂଲ୍ୟ। ଏଭଳି ଅଭିଯୋଗ ଆସିଛି ନୂଆପଡା ଜିଲ୍ଲା କୋମନା ବ୍ଲକର ବିଭିନ୍ନ ଗ୍ରାମର ମକା ଚାଷୀମାନଙ୍କ ଠାରୁ। ଧାର କରଜ୍ କରି, ଦୁଇ ପଇସା ରୋଜଗାର ଆଶା ନେଇ ନିଜ ଚାଷ ଜମିରେ କରିଥିଲେ ହାଇବ୍ରିଦ୍ ମକା ଚାଷ। ପ୍ରଥମେ ଫସଲ ଅମଳ ପୂର୍ବ ରୁ ଚାଷ ରେ ରୋଗ ପୋକ ଚିନ୍ତା, ବର୍ତ୍ତମାନ ଅମଳ ସରିବା ପରେ ବିକ୍ରି ଚିନ୍ତାରେ ଘାରି ହେଉଛନ୍ତି ଚାଷୀ।

ଚଳିତ ବର୍ଷ ସମଗ୍ର କୋମନା ବ୍ଲକରେ ପାଖା ପାଖି ୨୫୦୦ ହେକ୍ଟର ଜମିରେ ହାଇବ୍ରୀଡ୍ ମକା ଚାଷ ହୋଇଥିବା ବେଳେ ପ୍ରାୟ ୧୦୦ ହେକ୍ଟର ଦେଶୀ ମକା ଚାଷ କରିଛନ୍ତି ମକା ଚାଷୀ। ଅମଳ ହୋଇଥିବା ମକାକୁ ଘର ଛାତ ଉପରେ, ରୋଷେଇ ଘରେ, ଶୋଇବା, ବସିବା ସ୍ଥାନରେ ପକାଇ ରଖିଛନ୍ତି ଚାଷୀ। ଏ ପର୍ଯ୍ୟନ୍ତ ସରକାରଙ୍କ ତରଫରୁ ହୋଇ ନାହିଁ ମଣ୍ଡିର ବ୍ୟବସ୍ଥା। ସ୍ଥାନୀୟ ବେପାରୀଙ୍କ ପାଖରେ ବିକ୍ରି କଲେ ଚାଷରେ ଲାଗିଥିବା ଖର୍ଚ୍ଚ ମଧ୍ୟ ବାହାରିବ ନାହିଁ ବୋଲି ଅଭିଯୋଗ କରିଛନ୍ତି ଚାଷୀ।

ମୁଣ୍ଡ ଝାଳ ତୁଣ୍ଡରେ ମାରି, କରିଥିବା ପରିଶ୍ରମର ଫଳ ପାଇବା ଆଶାରେ ଚାହିଁ ରହିଛନ୍ତି ମକା ଚାଷୀ। ତେବେ ଦେଖିବାକୁ ବାକି ରହିଲା, ଏଥିପ୍ରତି କେବେ ପଡୁଛି ସରକାରଙ୍କ ଆଡ ଦୃଷ୍ଟି।

Leave a Reply

Your email address will not be published. Required fields are marked *