September 21, 2023

Times One Odia

Odia News Portal

ମମତା ସରକାର ଉପରେ ସୁପ୍ରିମକୋର୍ଟ ଖପ୍ପା: ଟିଏମସିକୁ ଜବାବତଲବ

ସୁପ୍ରିମକୋର୍ଟର ଜଷ୍ଟିସ ସଞ୍ଜୟ କିଶନ କୌଲଙ୍କ ନେତୃତ୍ୱରେ ଏକ ତିନି ଜଣିଆ ଖଣ୍ଡପୀଠ , ପଶ୍ଚିମବଙ୍ଗ ସରକାର ବିଜେପି କର୍ମୀଙ୍କ ନାଁରେ ମିଥ୍ୟା ମାମଲାର ଶୁଣାଣି କରୁଛନ୍ତି। ଏହି ମାମଲାକୁ ନେଇ ପଶ୍ଚିମବଙ୍ଗ ସରକାର ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସୁପ୍ରିମକୋର୍ଟ । ଏ ନେଇ ଟିଏମସିକୁ ଜବାବତଲବ କରିଛନ୍ତି । ଏହା ସହିତ ବେଙ୍ଗଲ ପୋଲିସକୁ କୈଳାଶ ବିଜୟବର୍ଗିଆ, ଅର୍ଜୁନ ସିଂଙ୍କ ସମେତ ୪ ବିଜେପି ନେତାଙ୍କ ବିରୋଧରେ ଦାଖଲ ହୋଇଥିବା ମାମଲାରେ ବାଧ୍ୟତାମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।

ରାଜନୈତିକ ଅସହଯୋଗ ସହ ମିଥ୍ୟା ମାମଲା ଦାୟର କରିବାକୁ ଏକ ଆବେଦନ ଉପରେ ମମତା ସରକାରଙ୍କୁ ନୋଟିସ ଜାରି କରାଯାଇଛି। ରାଜନୈତିକ କାର୍ଯ୍ୟକଳାପରୁ ଦୂରେଇ ରହିବା ପାଇଁ ଅପରାଧିକ ମାମଲା ପଞ୍ଜିକରଣ କରିଥିବା ଅଭିଯୋଗ କରି ବିଜେପି ନେତାଙ୍କ ଦ୍ବାରା ଦାଖଲ ହୋଇଥିବା ଚାରୋଟି ଅଲଗା ଅଲଗା ଆବେଦନ ଉପରେ ସୁପ୍ରିମକୋର୍ଟ ପଶ୍ଚିମବଙ୍ଗ ସରକାରକୁ ଜବାବତଲବ ପାଇଁ ଡକାଇଛନ୍ତି। କେନ୍ଦ୍ରକୁ ବାରମ୍ବାର ନାଲିଆଖି ଦେଖାଉଥିବା ମମତା ସରକାର ସୁପ୍ରିମକୋର୍ଟରେ କଣ ଜବାବ ରଖୁଛନ୍ତି ତାହା ଉପରେ ନଜର ।

Leave a Reply

Your email address will not be published. Required fields are marked *