ମକା ପ୍ଲାଣ୍ଟକୁ ନେଇ ମୁହାଁ ମୁହିଁ: ପୋଲିସର ଲାଠି ଚାର୍ଜ
1 min read
ନବରଙ୍ଗପୁର(ରବି ନାରାୟଣ ମହାନ୍ତି): ମକା ପ୍ଲାଣ୍ଟ ପ୍ରକ୍ରିୟାକରଣ ୟୁନିଟ ସ୍ଥାପନ କୁ ନେଇ ପୁଣି ବିରୋଧ। ମୁହାଁମୁହିଁ ହେଲେ ସପକ୍ଷବାଦୀ ଓ ବିପକ୍ଷବାଦୀ। ପରିସ୍ଥିତି ଉତ୍ତେଜନା ପୂର୍ଣ ହେବାରୁ ପୋଲିସ ର ଲାଠି ଚାର୍ଜ । ପୋଲିସ ର ଲାଠି ଚାର୍ଜ ଓ ଜନତାଙ୍କ ପଥର ମାଡ଼ ରେ ମୁଣ୍ଡ ଫାଟିଲା ପୋଲିସ ସହ- ଉପ- ନିରିକ୍ଷ୍ୟକ ଅଶ୍ୱିନ କୁମାର ପଟନାୟକଙ୍କର,ଚିକିତ୍ସା ହେଲେ କୋସାଗୁମୁଡା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ,ଆହତ ହେଲେ ୧୦ରୁ ଅଧିକ ଜନସାଧାରଣ। ନବରଙ୍ଗପୁର ଜିଲ୍ଲା କୋଶାଗୁମୁଡ଼ା ବ୍ଲକ ଅନ୍ତର୍ଗତ ବାମୁନି ଗ୍ରାମରେ ସରକାର ଙ୍କ ଦ୍ଵାରା ମକା ପ୍ରକ୍ରିୟାକରଣ ୟୁନିଟ ସ୍ଥାପନ କୁ ନେଇ ସ୍ଥାନୀୟ ଅଞ୍ଚଳ ର ଗୋଟିଏ ଗୋଷ୍ଠୀ ନିର୍ମାଣ କୁ ବିରୋଧ କରୁଥିବା ବେଳେ ଅନ୍ୟ ଗୋଟିଏ ଗୋଷ୍ଠୀ ଏହା ସପକ୍ଷରେ ଥିବାରୁ ଘଟଣା କୁ ନେଇ ବିଭିନ୍ନ ସମୟରେ ଉଭୟ ଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଗତ କିଛି ଦିନ ପୂର୍ବରୁ ମକା ପ୍ରକ୍ରିୟାକରଣ ୟୁନିଟ ସ୍ଥାନାନ୍ତର ନେଇ ଜିଲ୍ଲାପାଳ ଙ୍କୁ ଦାବି ଜଣାଇବା ପାଇଁ ଆସିଥିବା ବେଳେ ମଧ୍ୟ ଆନ୍ଦୋଳନ ର ନେତୃତ୍ୱ ନେଉଥିବା କିଛି ବ୍ୟକ୍ତି ଙ୍କୁ ପୋଲିସ ଦ୍ୱାରା ଅଟକ ରଖିବା ଘଟଣା କୁ ନେଇ ଗ୍ରାମବାସୀ ବିରୋଧ କରି ସେମାନଙ୍କୁ ଛାଡ଼ିବା ଦାବି ନେଇ ଗ୍ରାମବାସୀଙ୍କ ଦ୍ଵାରା ନବରଙ୍ଗପୁର ଜାତୀୟ ରାଜପଥ କୁ କିଛି ସମୟ ଅବରୋଧ କରିଥିଲେ । ଆଲୋଚନା ପରେ ସେମାନଙ୍କୁ ପୋଲିସ ଛାଡି ଦେଇଥିଲେ । ଆଜି ପ୍ଲାଣ୍ଟ ପାଚେରୀ କାମ ଆରମ୍ଭ ହେବାପରେ ପୁଣି ପ୍ରାୟ ୨୦୦ ରୁ ୩୦୦ ବିପକ୍ଷ ବାଦୀ ଆସି କାମ କୁ ବିରୋଧ କରିଥିବା ବେଳେ ପୁଣି ସପକ୍ଷ ବାଦୀ ମାନେ ପହଁଚିବାରୁ ଉଭୟ ଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା । ପରିସ୍ଥିତି ଉତ୍ତେଜନା ପୂର୍ଣ ହେବାରୁ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଉଭୟ ପକ୍ଷଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରୁଥିବା ବେଳେ ପରିସ୍ଥିତି ଅଣାୟତ ହୋଇଥିଲା ଏବଂ ପୋଲିସ ଲାଠିଚାର୍ଜ କରିଥିଲା । ପୋଲିସ କୁ ମଧ୍ୟ ପାଲଟା ଆକ୍ରମଣ ର ଶିକାର ହେବାକୁ ପଡିଥିଲା । ଯାହାଫଳରେ କିଛି ପୋଲିସ କର୍ମଚାରି ଙ୍କ ସହ କିଛି ଗ୍ରାମବାସୀ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି।ଘଟଣାସ୍ଥଳରେ ଜିଲ୍ଲା ପ୍ରଶାସନ ତରଫରୁ ଉପ ଜିଲ୍ଲାପାଳ ଭାସ୍କର ଚନ୍ଦ୍ର ରଇତ,ଆରକ୍ଷ୍ୟି ଅଧିଖ୍ୟକ ନିତିନ କୁସଲ୍କର,ପାପଡାହାଣ୍ଡି ପୋଲିସ,କୋସଗୁମୁଡା ପୋଲିସଙ୍କ୍ ସମେତ ବହୁ ଅଧିକାରୀ ଉପସ୍ଥିତ ରହି ଜନସାଧାରଣ ଙ୍କୁ ବୁଝା ସୁଝା କରାଇଥିଲେ।