September 27, 2023

Times One Odia

Odia News Portal

ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଲେ ଲୋୟର ଇନ୍ଦ୍ର ପ୍ରକଳ୍ପ ବିସ୍ଥାପିତ

ନୂଆପଡ଼ା(ମୁକେଶ କୁମାର ଦଣ୍ଡସେନା): ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ତିଖାଲି ଠାରେ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟ ରେ ରହିଛି। ଦୀର୍ଘ କୋଡ଼ିଏ ବର୍ଷ ହେବ ଏଇ ପ୍ରକଳ୍ପ ର ବିସ୍ଥାପିତ ମାନଙ୍କୁ ଏ ପର୍ଯ୍ୟନ୍ତ କ୍ଷତି ପୁରଣ ମିଳି ନାହିଁ। ପ୍ରକଳ୍ପରେ ବିସ୍ଥାପିତ ଏଗାର ଖଣ୍ଡ ଗ୍ରାମର ପରିବାର ମାନଙ୍କୁ ବିସ୍ଥାପିତ ମାନଙ୍କୁ ବିସ୍ଥାପିତ ପରିଚୟ ପତ୍ର ମିଳିନାହିଁ। କିଛି ଅସାଧୁ ବ୍ୟକ୍ତି ଏବଂ ସରକାରୀ ବାବୁଙ୍କ ମଧୁ ଚନ୍ଦ୍ରିକାରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଅଯୋଗ୍ୟ ଲୋକଙ୍କ ନାଁ ରେ ଦିଆଯାଇଛି। କ୍ଷତି ପୁରଣ ଏବଂ ଥଇଥାନ ପାଇଁ ସଂଘର୍ଷ କରୁଛନ୍ତି ଯୋଗ୍ୟ ହିତାଧିକାରୀ।

ଏଭଳି ବିଭିନ୍ନ ଅଭିଯୋଗ ଆଣି ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ , ଖଡ଼ିଆଳ ରେ ଅନିର୍ଦ୍ଦିଷ୍ଟ କାଳପାଇଁ ଧାରଣାରେ ବସିଛନ୍ତି ଲୋୟର ଇନ୍ଦ୍ର ବିସ୍ଥାପିତ ସହାୟତା ସମିତି। ଏଇ ଧାରଣାକୁ ଏଗାର ଖଣ୍ଡ ବିସ୍ଥାପିତ ଗ୍ରାମର କ୍ଷତଗ୍ରସ୍ତ ହିତାଧିକାରୀ ସମର୍ଥନ ଜଣାଇଛନ୍ତି । ବିସ୍ଥାପିତ ମାନଙ୍କୁ କ୍ଷତି ପୁରଣ ଦେବାରେ ମୋଟା ଅଙ୍କ ର ଟଙ୍କା ହେରଫେର କରିଥିବା ବିଭାଗୀୟ ଅଧିକାରୀ ଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଘଟଣାର ସି ବି ଆଈ ତଦନ୍ତ କରାଯାଉ ବୋଲି ସମିତି ପକ୍ଷରୁ ଦାବି କରାଯାଇଛି । ବର୍ଷ ବର୍ଷ ଧରି ଲାଗି ରହି ଥିବା ବିସ୍ଥାପିତ ପରିବାର ମାନଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି ।

Leave a Reply

Your email address will not be published. Required fields are marked *